ରୋଗ୍‌ରେ ପଡ଼ି ଅକରମା ଗଜିନ୍ଦ୍ର: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

 

ଲୋଇସିଂହା,୧୮।୧(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟା ଗଁାର ଗଜିନ୍ଦ୍ର କୁମ୍ଭାର(୪୭)। ଆଏଜ୍‌କେ ୫ ବଛର ହେଲା ପେଟ୍‌ ବେମାରୀରେ ପୀଡ଼ିତ ଅଛନ୍‌। ଅପରେଶନ ଉତାରୁ ବି ସେ ଠିକ୍‌ ନାଇଁହେବାର। ସେ ଅକରମା ହେଇ ଘରେ ପଡ଼ିରହିଛନ୍‌। ଇଆଡ଼େ ଘରେ ଅଭାବ ଅନାଟନ ଲାଗି ରହିଛେ। ଏନ୍‌ତାଥି ତାକର ଚିକିଛା ଆର ୨ ଝି’ପୁଓର ପାଠ୍‌ପଢ଼ା ଖେଲଢ଼େପ ହେଉଛେ।
ସୂଚନା ଅନ୍‌ସାରେ ଯୋଗୀସର୍ଡ଼ା ପଁଚେତ୍‌ ଅଧୀନ ଗୁର୍ଜିଭଟା ହରିଜନ ପଡ଼ାର ଗଜିନ୍ଦ୍ରକଁର ପରିବାର କହେଲେ ମାଏକିନା ଚନ୍ଦ୍ରା, ପୁଓ ତରଣୀ ଆର ମାଟ୍ରିକ ପଢ଼ୁଥିବାର ଝି’ କ୍ଷୀରକେ ନେଇ ସଁସାର। ଗଜିନ୍ଦ୍ର କୁଲିମଜୁରି କରି କୁଟୁମ ପୁଷୁଥିଲେ। ହେଲେ ବଛର କେତେଟା ତଲେ ତାକର ପେଟ୍‌ ବଥା ଆରମ୍‌ ହେଲା। ପେଟ୍‌ ବଥା ଦିନୁଦିନ୍‌କେ ବଢ଼ଲାରୁ ସେ ଲାଗ୍‌ବରମସ, ଧାରଉଧାର କରି ବୁର୍ଲା ବଡ଼ ଡାକ୍‌ତରଖାନାରେ ଅପରେଶନ କରାଲେ। ଅପରେଶନ ହେବାର ବି ଆଏଜ୍‌କେ ୩ ବଛର ବିତିଗଲାନ। ହେଲେ ସେ ନିରୋଗ୍‌ ହେଇ ନାଇଁପାରବାର। ଏନ୍‌ତାଥି ମାଏକିନା ଚନ୍ଦ୍ରା ବି ଆପ୍‌ନେକେ ଛାଡ଼ି କାମ୍‌ବୁତା କରି ଯାଇ ନାଇଁପାରବାର। ପଁଚେତ୍‌ରୁ ମିଲୁଥିବାର ଚାଉଲକେ ଆଶ୍‌ରେ କରି କୁଟୁମ୍‌ଟା ବଡ଼ା ଦୁଖେ ଚଲୁଛନ୍‌। ଏହେଦେ ରୁଜ୍‌ଗାର ଅଭାବୁ ପରିବାରର ଥିତି ଦୁହୁଲି ଯାଇଛେ। ଦିହିପା ସମସିଆର ଲାଗି ଗଜିନ୍ଦ୍ର ଏହେଦେ ଅକରମା ପାଲଟିଯାଇଛନ୍‌। ଏନ୍‌ତାଥି ତାକର ମାଏକିନା ଚନ୍ଦ୍ରା ଗଣମାଧ୍ୟମ ଜରିଆରେ ଆପ୍‌ନେ ଲାଗି ଭତା ଆର ପରିବାରକେ ଟଁକା ପଏସା ସାହାଯ୍‌ ଯୁଗେଇ ଦେବାକେ ପରଶାସନକେ ଗୁହାରି କରିଛନ୍‌।