ରୋଗୀ, ଗର୍ଭବତୀଙ୍କୁ ହମ୍ପ୍‌ସ ଡର

କୁନ୍ଦୁରା,୯।୬(ଡି.ଏନ୍‌.ଏ.):ଦିନରେ ହେଉ କି ରାତିରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଯାଉଥିବା ଜରୁରୀ ରୋଗୀଟି କିମ୍ବା ଗର୍ଭବତୀ ମହିଳା ଜଣଙ୍କ ପାଇଁ କାଳ ସାଜିଛି ହମ୍ପସ। ସାଧାରଣ ଲୋକେ ତ ନିତି ପ୍ରତିଦିନ ହମ୍ପସ ଯୋଗୁ ଅନେକ ହଇରାଣ ହେଉଛନ୍ତି। ସ୍ପିଡ୍‌ ବ୍ରେକର ଜାଗାରେ ହମ୍ପସ ଯୋଗୁ ଏହା ସାଧାରଣ ଯାତାୟତକୁ ବିରକ୍ତିକର କରୁଛି।
କୋରାପୁଟ ଜିଲାର ଜୟପୁର, କୁନ୍ଦୁରା, କୋଟପାଡ଼, ବୈପାରୀଗୁଡ଼ା, ବୋରିଗୁମ୍ମା ଭଳି ବ୍ଲକରେ ରହିଥିବା ପୂର୍ତ୍ତବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ରାସ୍ତାରେ ଅଗଣିତ ହମ୍ପସ୍‌ ତିଆରି ହୋଇଛି। କୋରାପୁଟରୁ ଜୟପୁର, ବୋରିଗୁମ୍ମା, କୋଟପାଡ଼ ଯିବା ପାଇଁ ଜାତୀୟ ରାଜପଥ ରହିଥିବା ବେଳେ ହଠାତ୍‌ ରାତାରାତି କାହାର ଆଦେଶରେ ହମ୍ପସ୍‌ ତିଆରି ହେଉଛି, ତାହା ବୁଝାପଡୁନାହିଁ। ଜୟପୁରରୁ ବୈପାରିଗୁଡ଼ା ଏବଂ ଜୟପୁରରୁ କୁନ୍ଦୁରା ପୂର୍ତ୍ତ ବିଭାଗ ରାସ୍ତାରେ ମଧ୍ୟ ସମାନ ଚିତ୍ର ରହିଛି। ଯେଉଁ ସ୍ଥାନରେ ସରକାରୀ ନିର୍ଦ୍ଦେଶ ମୁତାବକ ତିଆରି ହୋଇଛି, ତେବେ ରମ୍ବଲର୍ସ କିମ୍ବା ସ୍ପିଡ୍‌ ବ୍ରେକର ବଦଳରେ କରାଯାଇଛି ହମ୍ପସ୍‌ ା ସ୍ପିଡ୍‌ ବ୍ରେକର ସ୍ଥାନରେ ଧଳାରଙ୍ଗ ଲଗାଇବା କଥା, କିନ୍ତୁ ତାହା ହୋଇନାହିଁ। ଜୟପୁରରୁ କୁନ୍ଦୁରା ଯିବା ସମୟରେ ପ୍ରାୟ ୨୨ କିମି ରାସ୍ତାରେ ପାଖାପାଖି ୫୦ଟି ସ୍ଥାନରେ ହମ୍ପସ ରହିଛି। ଗୋଟିଏ ଗୋଟିଏ ସ୍ଥାନରେ ୪ରୁ ୫ଟି ଏକାସଙ୍ଗେ ରହିଛି। ପୂର୍ବରୁ କୁନ୍ଦୁରାରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ ଏବଂ ଛକ ସ୍ଥାନରେ ସ୍ପିଡ୍‌ ବ୍ରେକର ନିର୍ମାଣ ପାଇଁ ଦାବି ହୋଇଥିଲା ା କିନ୍ତୁ ବର୍ତ୍ତମାନ ପ୍ରତି ଘର ସାମ୍ନାରେ ହମ୍ପସ୍‌ କରାଯିବା ଭଳି ସ୍ଥିତି ହେଲାଣି। ଅଧିକ ଦୁର୍ଘଟଣା ପ୍ରବଣ ସ୍ଥାନରେ ରମ୍ବଲର୍ସ କରିବା ପାଇଁ ପୋଲିସ ଚିହ୍ନଟ କରିବା ସହ ସେଠାରେ ଜାତୀୟ ରାଜପଥ ପ୍ରାଧିକରଣ ତାହା ନିର୍ମାଣ କରିବା କଥା। କିନ୍ତୁ ଅଯଥା ଅନେକ ସ୍ଥାନରେ ରାଜସ୍ବ ବ୍ୟୟକରି ମନଇଚ୍ଛା ହମ୍ପସ୍‌ ତିଆରି ହେବା, କାହା ସ୍ବାର୍ଥରେ ତାହା ଜଣାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

ରାଜନୀତି ଭୁଲି ଗୋଟିଏ ମଞ୍ଚରେ ଏକାଠି ନାଚିଲେ କଙ୍ଗନା, ମହୁଆ, ସୁପ୍ରିୟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ସାଂସଦ ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ, ଟିଏମସି...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri