ରୋଗୀଙ୍କ ହାତରେ ଲାଗିବ ଷ୍ଟାମ୍ପ, ବ୍ୟାଣ୍ଡ: ଗର୍ଭବତୀ, ଶିଶୁଙ୍କ ଟେଷ୍ଟ ନେଗେଟିଭ ଆସିଲେ ଯାଇପାରିବେ ଘରକୁ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଡିସ୍‌ଜାର୍ଚ୍ଚ ପଲିସିରେ ରାଜ୍ୟ ସରକାର ଆଉ ଟିକେ କଠୋର ହୋଇଛନ୍ତି। ଓଡ଼ିଶାରେ ଡିସ୍‌ଚାର୍ଜ ପରେ ୭ ଦିନ ପରିବର୍ତ୍ତେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଘରେ କ୍ୱାରାଣ୍ଟାଇନରେ ରହିବା ବେଳେ ଷ୍ଟାମ୍ପ ଓ ହାତରେ ବ୍ୟାଣ୍ଡ ଲାଗିବ। କ୍ୱାରାଣ୍ଟାଇନରେ ରହୁଥିବା ଲୋକଙ୍କ ଘର ଆଗରେ ଷ୍ଟିକର ମଧ୍ୟ ଲଗାଯିବ। ଏଥିସହ ଗର୍ଭବତୀ ମହିଳା, ଶିଶୁଙ୍କ ଟେଷ୍ଟ ନେଗେଟିଭ ଆସିଲେ ସେମାନେ ଘରକୁ ଯାଇପାରିବେ। ସେମାନଙ୍କୁ କ୍ୱାରାଣ୍ଟାଇନରେ ୨୧ ଦିନ ରଖିବା ଆବଶ୍ୟକତା ନାହିଁ। ରାଜ୍ୟ ସରକାରଙ୍କ ଏପରି ଡିସ୍‌ଚାର୍ଜ ପଲିସି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।