ରେଷ୍ଟୁରାଣ୍ଟ ବ୍ୟବସାୟକୁ କରୋନା ମାଡ଼

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ମହାମାରୀ କରୋନା ଏବେ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିବାବେଳେ ଓଡ଼ିଶାରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡ଼ିଛି। କରୋନା ପାଇଁ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ରେଷ୍ଟୁରାଣ୍ଟରୁ ଆରମ୍ଭକରି ଜିମ୍‌ ପର୍ଯ୍ୟନ୍ତ ସବୁକିଛି ଏବେ ଫାଙ୍କା ପଡୁଛି। ଏପରି ସ୍ଥିତିରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କେଉଁଠି ଅଫର୍‌ର ଲୋଭ ଦେଖାଯାଉଛି ତ ଆଉ କେଉଁଠାରେ ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପରିଚ୍ଛନ୍ନତାର ପ୍ରଚାର କରାଯାଉଛି। ଏହାସତ୍ତ୍ୱେ ଭୁବନେଶ୍ୱରର ଅଧିକାଂଶ ରେଷ୍ଟୁରାଣ୍ଟରେ ବେପାର ଏକପ୍ରକାର ବନ୍ଦ ହୋଇଯାଇଛି।
ସହରର ଅଧିକାଂଶ ସିଟ୍‌ଡାଉନ୍‌ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଥିବାବେଳେ ଟେକ୍‌ଆଉଟ୍‌ ଓ ଡେଲିଭରି ଅପ୍‌ଶନ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ଖୋଲାରହିଛି। ତେଣୁ ଯାହା ବି ବ୍ୟବସାୟ ହେଉଛି ତାହା ଅନ୍‌ଲାଇନ୍‌ ଡେଲିଭରି ଓ ଅଫ୍‌ଲାଇନ୍‌ ହୋମ୍‌ ଡେଲିଭରୀରେ ହେଉଛି। ଏହାବ୍ୟତୀତ ଛୋଟ ଛୋଟ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଲୋକେ ଖାଇବା ପରିବର୍ତ୍ତେ ପ୍ୟାକ୍‌ କରି ଘରକୁ ନେବାକୁ ଅଧିକ ପସନ୍ଦ କରୁଛନ୍ତି। ଏପଟେ ଫୁଡ୍‌ ଡେଲିଭରୀ ଆପ୍‌ ‘ଜୋମାଟୋ’ ଏବଂ ‘ସ୍ବିଗି’ ଉପରେ ମଧ୍ୟ ଅନେକେ ଭରସା କରୁଛନ୍ତି। ଉଭୟ ଡେଲିଭରି ସଂସ୍ଥା କରୋନା ସଂକ୍ରମଣ ଯୋଗୁ ‘ନୋ ଟଚ୍‌’ ଡେଲିଭରି ସୁବିଧା ରଖିଥିବାବେଳେ ଗ୍ରାହକ ଅର୍ଡର କରିବା ପୂର୍ବରୁ ଆପ୍‌ରେ ଥିବା ଡେଲିଭରି ଇନ୍‌ଷ୍ଟ୍ରକ୍ସନ ଫିଚରରେ ନିଜ ପସନ୍ଦ ମୁତାବକ ଫିଚର ବାଛି ଅର୍ଡର କରିପାରୁଛନ୍ତି। ସେହିଭଳି ଡେଲିଭରି ପାର୍ଟନର୍‌ ତଥା ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡ଼ିକୁ ସ୍ବଚ୍ଛତା ବଜାୟ ରଖିବା ସହ କର୍ମଚାରୀ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁରୋଧ କରାଯାଇଛି। ତେବେ ଏହାପରେ ମଧ୍ୟ ଅନେକେ ଅର୍ଡର କରିବା ପରିବର୍ତ୍ତେ ନିଜେ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରୁଛନ୍ତି। ରେଷ୍ଟୁରାଣ୍ଟଗୁଡ଼ିକ ମାର୍ଚ୍ଚ ଆରମ୍ଭରୁ ୫୦ ପ୍ରତିଶତ ଗ୍ରାହକ ହରାଇଥିବାବେଳେ ଏବେ ସ୍ଥିିତି ଆହୁରି ଜଟିଳ ହୋଇଯାଇଛି। ସେହିଭଳି ମଲ୍‌ରେ ଥିବା ରେଷ୍ଟୁରାଣ୍ଟ ଓ ଅଧିକାଂଶ ମଲ୍ଟିକଜିନ୍‌ ରେଷ୍ଟୁରାଣ୍ଟ ବର୍ତ୍ତମାନ ସମୟରେ ବନ୍ଦ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri