ରେଳ ଷ୍ଟେଶନରେ ‘ରେଲ ନିର’ ବାଧ୍ୟତାମୂଳକ: ଭୁବନେଶ୍ୱରରେ ହେବ ପ୍ଲାଣ୍ଟ, ୨୦୨୦ ସୁଦ୍ଧା ଖୋଲିବ ଆହୁରି ୬ ପ୍ଲାଣ୍ଟ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଭାରତୀୟ ରେଳପଥର ନିଜସ୍ବ ବୋତଲ ପିଇବା ପାଣି ‘ରେଲ ନିର’ ସମସ୍ତ ରେଳ ଷ୍ଟେଶନରେ ବାଧ୍ୟତାମୂଳକ କରାଯାଇଛି। ଟ୍ରେନରେ ଓ ଷ୍ଟେଶନରେ ପିଇବା ପାଣିର ଆବଶ୍ୟକତା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆହୁରି ଅଧିକ ରେଲ ନିର ପ୍ଲାଣ୍ଟ ତିଆରି କରାଯିବ। ଏ ନେଇ ଆଇଆରସିଟିସି ଦ୍ରୁତଗତିରେ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଚାହିଦାର ୫୦ପ୍ରତିଶତ ଆଇଆର୍‌ସିଟିସି ରେଲ ନିର ଯୋଗାଉଛି। ଆଗକୁ ବିଜୟଓ୍ବାଡା, ବିଶାଖାପାଟଣା ଓ ଭୁବନେଶ୍ୱରରେ ‘ରେଲ ନିର’ ପ୍ଲାଣ୍ଟ ତିଆରି କରାଯିବ ବୋଲି ଆଇଆରସିଟିସି ପକ୍ଷରୁ ସୂଚନା ମିଳିଛି। ବିଶାଖାପାଟଣାରେ ନିର୍ମାଣ ହେବାକୁ ଥିବା ପ୍ଲାଣ୍ଟ ପାଇଁ ଏନଟିପିସି(ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ) ସହ ସହଭାଗିତା ପାଇଁ ଚୁକ୍ତି କରିଛି। ଯେଉଁଠି ବ୍ୟବହୃତ ପାଣିକୁ ଟେଷ୍ଟ କରାଯାଇ ପୁନଃବ୍ୟବହାର ଯୋଗ୍ୟ କରାଯିବ। ବର୍ତ୍ତମାନ ନିର୍ମାଣ ଚାଲୁଥିବା ୬ଟି ପ୍ଲାଣ୍ଟ ନାଗପୁର, ସଂକ୍ରାଲି(ହାଓ୍ବଡା), ଜାଗିରୋଡ(ଗୁଆହାଟି), ଭୁଶାଓ୍ବଲ, ଜବଲପୁର ଓ ଉନ୍ନାଓରେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କାମ ସରିଯିବ। ଏହି ୬ଟି ପ୍ଳାଣ୍ଟରୁ ଉତ୍ପାଦନ ଆରମ୍ଭ ହେଲେ ରେଳପଥରେ ଆବଶ୍ୟକ ହେଉଥିବା ବୋତଲ ପିଇବା ପାଣିର ୭୫ରୁ ୮୦ ପ୍ରତିଶତ ପୂରଣ ହୋଇପାରିବ ବୋଲି ଆଇଆରସିଟିସି କହିଛି। ବର୍ତ୍ତମାନ ପ୍ଲାଣ୍ଟ ଖୋଲିବା ଲାଗି ଆଇଆରସିଟିସି ଜମି ସହ ୧୦ କୋଟି ଟଙ୍କା ପୁଞ୍ଜି, ସର୍ବନିମ୍ନ ଉତ୍ପାଦନ ଗ୍ୟାରେଣ୍ଟି ଦେଉଛି। ସୂଚନାଯୋଗ୍ୟ, ୨୦୦୩ରେ ‘ରେଲ ନିର’ ଦିଲ୍ଲୀର ନଙ୍ଗଲୋଇଠାରେ ପ୍ରଥମ ପ୍ଲାଣ୍ଟ ଖୋଲିଥିଲା। ଏହିଭଳି ଆଉ ୧୦ଟି ପ୍ଲାଣ୍ଟ ଖୋଲାଯାଇଛି। ଯେଉଁଠାରୁ ଦୈନିକ ଏକ ଲକ୍ଷ ବୋତଲ ଉତ୍ପାଦନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri