Categories: ଜାତୀୟ

ରେଳଲାଇନ୍‌ କଡ଼ରେ ଛିଡ଼ା ହୋଇଥିବା ୪ ଯାତ୍ରୀଙ୍କୁ ଧକ୍କା ଦେଲା ରାଜଧାନୀ ଏକ୍ସପ୍ରେସ୍‌

ଲକ୍ଷ୍ନୌ,୧୦।୬: ଉତ୍ତରପ୍ରଦେଶ ଇଟଓ୍ବାଠାରେ ସୋମବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ଇଟଓ୍ବାଠାରେ ଅଓ୍ବଧ ଏକ୍ସପ୍ରେସ୍‌କୁ ରୋକି ଲୁପ୍‌ ଲାଇନ୍‌ରେ ରାଜଧାନୀ ଏକ୍ସପ୍ରେସ୍‌କୁ ପାସ୍‌ କରାଯାଉଥିବାବେଳେ ରେଳ ଲାଇନ୍‌ କଡ଼ରେ ଠିଆ ହୋଇଥିବା ୪ ଯାତ୍ରୀଙ୍କୁ ରାଜଧାନୀ ଏକ୍ସପ୍ରେସ୍‌ ଧକ୍କାଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରବଳ ଗରମ ହେଉଥିବାରୁ ଯାତ୍ରୀମାନେ ବାହାରେ ଛିଡ଼ା ହୋଇଥିଲେ। ସେମାନେ ଅଓ୍ବଧ ଏକ୍ସପ୍ରେସ୍‌ରେ ମୁଜଫରପୁରରୁ ବାନ୍ଦ୍ରା ଯାଉଥିବା କୁହାଯାଉଛି।

Share