Categories: ବାଣିଜ୍ୟ

ରେଳ ବୋର୍ଡରୁ ବାଦ୍‌ ପଡ଼ିବେ ୨୫% ଅଧିକାରୀ

ନୂଆଦିଲ୍ଲୀ,୨୦-୧୧: ରେଳବୋର୍ଡରୁ ୨୫% କର୍ମଚାରୀ ବାଦ ଦେବା ଲାଗି ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଅନ୍ତର୍ଗତ ରେଲଓ୍ବେ ୨୫% କର୍ମଚାରୀଙ୍କୁ ଅନ୍ୟତ୍ର ପଠାଇ ଦେବ। ବୋର୍ଡର ସଦସ୍ୟଙ୍କ ସଂଖ୍ୟା ୨୦୦ରୁ ୧୫୦କୁ ହ୍ରାସ କରିବାକୁ ରେଲଓ୍ବେ ଏଭଳି ଯୋଜନା ହାତକୁ ନେଇଛି। ବୋର୍ଡର ଦକ୍ଷତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ହୋଇଛି। ନିର୍ଦ୍ଦେଶକ ସ୍ତରୀୟ କିମ୍ବା ଏହାଠାରୁ ଉଚ୍ଚ ପଦବୀରେ ଥିବା କର୍ମଚାରୀଙ୍କୁ ଜୋନ ସ୍ତରକୁ ପଠାଇବା ଲାଗି ଯୋଜନା ଧାର୍ଯ୍ୟ ହୋଇଛି। ୫୦ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ସୋମବାର ଜାରି ହୋଇଥିବା ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଆଇଆର୍‌ଏସ୍‌ଇ ଏବଂ ଆଇଆରଟିଏସ୍‌ ଭଳି କ୍ୟାଡରୁ ୧୦ ଜଣ ଲେଖାଏ, ଆଇଆର୍‌ଏସ୍‌ଏମ୍‌ଇରୁ ୬, ଆଇଆରଏସ୍‌ଇଇ,ଆଇଆର୍‌ଏସ୍‌ ଏସ୍‌ଇରୁ ୫ ଲେଖାଏ, ଆଇଆର୍‌ଏସ୍‌ଏସ୍‌ ଏବଂ ଆଇଆର୍‌ପିଏସ୍‌ ଭଳି ବର୍ଗରୁ ୩ ଜଣ ଲେଖାଏ ବଦଳି ହେବେ। ସେହିଭଳି ଆର୍‌ପିଏଫରୁ ଜଣେ ଲେଖାଏ ବଦଳି ହେବ ବୋଲି ଜଣାପଡିଛି।

Share