ରେଳଷ୍ଟେଶନ ଛାତରେ ବେଧଡ଼କ ନିଶା ସେବନ : ଆଖିବୁଜି ଦେଇଛି ଆର୍‌ପିଏଫ୍‌, ଜିଆର୍‌ପି

ଭୁବନେଶ୍ୱର,୫ା୮(ବ୍ୟୁରୋ) : ରେଳ ଷ୍ଟେଶନ ଭିତରେ ନିଶାଦ୍ରବ୍ୟ ସେବନ କରିବା ଦଣ୍ଡନୀୟ ଅପରାଧ। ଭୁବନେଶ୍ୱର ଷ୍ଟେଶନର ଚତୁଃପାର୍ଶ୍ୱକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ଏହାସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳବାଇ ଥାନା ମିଳିତ ଭାବେ ଷ୍ଟେଶନର ସୁରକ୍ଷାକୁ ନିଶ୍ଚିତ କରୁଛନ୍ତି। ଏତେସବୁ ବ୍ୟବସ୍ଥା ଥିଲେ ମଧ୍ୟ ଆଇନକୁ ଫୁ କରି ଷ୍ଟେଶନ ଭିତରେ ସମସ୍ତଙ୍କ ଆଖି ଆଢ଼ୁଆଳରେ ଚାଲିଛି ବେଧଡ଼କ ନିଶା ସେବନ। ଷ୍ଟେଶନ ଭିତରେ ଏଭଳି ଏକ ସ୍ଥାନ ଅଛି ଯେଉଁଠି କାହାରି ଆଖି ପାଉନି ଅଥବା ଜାଣି ଅଜଣା ହେଉଛନ୍ତି ସୁରକ୍ଷା ଅଧିକାରୀ। ଯେଉଁଠି ମଦ, ସିଗାରେଟ୍‌, ଗଞ୍ଜେଇ ଭଳି ନିଶା ସେବନ ଚାଲୁଛି। ପ୍ଲାଟଫର୍ମ ନଂ.୬ରେ ନୂଆ କରି ଆରମ୍ଭ ହୋଇଥିବା ଫୁଡ୍‌ପ୍ଲାଜା ଛାତ ଉପରେ ଏହିସବୁ ନିଶାଦ୍ରବ୍ୟ ଖିଆଯାଉଛି। ଛାତ ଉପରେ କୌଣସି ବ୍ୟବହାରିକ ଜିନିଷ କିମ୍ବା ସାଧାରଣ ଜନତାଙ୍କ ଲାଗି ଉଦ୍ଦିଷ୍ଟ କିଛି ନାହଁି। ଏପରିକି ଯାତ୍ରୀମାନଙ୍କୁ ମଧ୍ୟ ଉପରକୁ ଯିବାକୁ ଅନୁମତି ନାହଁି। ଏହି ସୁଯୋଗରେ ଫୁଡ୍‌ପ୍ଲାଜାରେ କାମ କରୁଥିବା କର୍ମଚାରୀ କିମ୍ବା ସେଠାରେ ଥିବା ସଫେଇ କର୍ମଚାରୀ ଏ ସମସ୍ତ ନିଶା ଖାଉଛନ୍ତି ବୋଲି ଆଶଙ୍କା କରାଯାଉଛି। ଛାତ ଉପରେ ମଦ ବୋତଲ, ବିୟର ଟିନ୍‌, ଖୋଲା ବିଡି, ଗଞ୍ଜେଇ ପ୍ରସ୍ତୁତ କରାଯାଉଥିବା ସିଗାରେଟ୍‌ ଓ ଶହ ଶହ ଦିଆସିଲ କାଠି ପଡିଥିବା ଦେଖିବାକୁ ମିଳିଛି। ଫୁଡ୍‌ପ୍ଲାଜାକୁ ଆସୁଥିବା ସାମଗ୍ରୀ ପ୍ଲାଟଫର୍ମ ଶେଷ ଆଡକୁ ଥିବା ରାସ୍ତାପଟେ ଆସୁଥିବାରୁ ଏହି ବାଟରେ ଯାଞ୍ଚ ବ୍ୟବସ୍ଥା ନାହଁି। ସେହି ବାଟରେ ନିଶାଦ୍ରବ୍ୟ ଆଣିବାକୁ ବେଶ୍‌ ସହଜ ହେଉଛି। ଅନ୍ୟପକ୍ଷେ ଛାତଟି କୌଣସି କାମ ନ ହେଉଥିବାରୁ କର୍ମଚାରୀମାନେ ଅନାୟାସରେ ସେଠାରେ ପରିଶ୍ରା ମଧ୍ୟ କରୁଛନ୍ତି। ଷ୍ଟେଶନରେ ଶୌଚାଳୟ ଉପଲବ୍ଧ ଥିଲେ ମଧ୍ୟ ଦୂରକୁ ନ ଯାଇ ପାଖରେ ଛାତ ଥିବାରୁ ତାହା ଖୋଲା ଶୌଚାଳୟ ଭାବେ ବ୍ୟବହାର କରୁଛନ୍ତିି। ଏ ସମ୍ପର୍କରେ ଉଭୟ ରେଳ ସୁରକ୍ଷା ବଳ ଥାନାଧିକାରୀ ଓ ସରକାରୀ ରେଳବାଇ ଥାନାଧିକାରୀଙ୍କୁ ପଚରାଯାଇଥିଲା। ଆରପିଏଫ ଥାନାଧିକାରୀ କାଳୁ ସେଠୀ କହିଛନ୍ତି ଯେ, ଏମିତି ଘଟଣା ନଜରକୁ ଆସି ନ ଥିଲା। ଏହାର ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଆରପି ଥାନାଧିକାରୀ ଭରତ ସାହୁ କହିଛନ୍ତି, ଏ ବିଷୟରେ ଜାଣି ନାହାନ୍ତି। ଆଗକୁ କାର୍ଯ୍ୟାନୁଷ୍ଠାନ ହେଲେ ତାହା ବନ୍ଦ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri