Categories: ଜାତୀୟ

ରେଳଯାତ୍ରୀଙ୍କ ସୁରକ୍ଷା: ଷ୍ଟେଶନରେ ଲାଗିବ ଲକ୍ଷେ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୨୬।୧୧: ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ଦେଶର ବିଭିନ୍ନ ଷ୍ଟେଶନରେ ଲକ୍ଷେ ସିସିଟିଭି କ୍ୟାମେରା ଲଗାଯିବା। ଏନେଇ ରେଳ ବିଭାଗ ପକ୍ଷରୁ ଟେଣ୍ଡର ଜାରି କରାଯାଇଛି। ଟେଣ୍ଡର ଦୌଡ଼ରେ ୯ଟି କମ୍ପାନୀ ସାମିଲ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭାରତ ଇଲୋକ୍ଟ୍ରନିକ୍ସ୍‌ ଲିମିଟେଡ୍‌(ବିଇଏଲ୍‌), ଟିସିଆଏଲ୍‌, ଆଟିଆଇ ଏବଂ ଏଚଏଫ୍‌ସିଏଲ୍‌ ଆଦି କମ୍ପାନୀଙ୍କ ନାମ ନେଇ ଚର୍ଚ୍ଚା ହେଉଛି। ଏଥିରେ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି।

Share