Categories: ଜାତୀୟ

ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା

ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ଲକ୍ଷ୍ନୌ ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା। ଷ୍ଟେଶନରେ ସଫାସୁତୁରା ଉପରେ ଗୁରୁତ୍ୱ ଦେଇ ରେଲଓ୍ବେ ଅଧିକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। କାରଣ ଷ୍ଟେଶନ ଉପରେ ବିକ୍ରି ହେଉଥିବା କଦଳୀ ଖାଇ ତାର ଚୋପାକୁ ଲୋକମାନେ ଏଣେ ତେଣେ ଫୋପାଡି ଦେଇଥାନ୍ତି। ଫଳରେ ଷ୍ଟେଶନ ମଇଳା ହେବା ସହ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ତେଣୁ ରେଲଓ୍ବେ ପ୍ରଶାସନ ଚାରବାଗ ଷ୍ଟେଶନରେ ଫଳ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରୁଥିବାର ଦେଖାଯାଏ, ତେବେ ତାଙ୍କ ଉପରେ ଜରିମାନା ଲାଗିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷରେ ଏହି କଟକଣାକୁ ନେଇ ଦୋକାନୀ ଓ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Share