Categories: ଜାତୀୟ

ରେଲଓ୍ବେ ଟ୍ରାକ୍‌ ଉପରେ ସଚେତନତା ସୃଷ୍ଟି କରୁଛନ୍ତି ଯମରାଜା

ମୁମ୍ବାଇ,୭।୧୧: ଯମରାଜା କଥା କହିଲେ ଲୋକେ ଶିହିରି ଉଠିବା ସହ ଯେତେ ସମ୍ଭବ ତାଙ୍କଠାରୁ ଦୂରେଇ ରହିବାକୁ ଚାହାନ୍ତି। ତାଙ୍କୁ ସ୍ବଚକ୍ଷୁରେ କେହି ଦେଖି ନ ଥିବା ବେଳେ ପୌରାଣିକ ମତରେ ତାଙ୍କର ମାନ୍ୟତା ରହିଛି। ଫିଲ୍ମରେ ଦେଖିଥିବେ ଯେକୌଣସି ଦୁର୍ଘଟଣା ସମୟରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ। ତେବେ ତାଙ୍କୁ ଯମରାଜା ସାଙ୍ଗରେ ଯମାଲୋକକୁ ନେଇଯାଇଥାନ୍ତି। ହେଲେ କେବେ ଦେଖିଛନ୍ତି କି, ରେଲଓ୍ବେ ଟ୍ରାକ୍‌ ଉପରେ ଠିଆହୋଇ ଯମରାଜା ଲୋକଙ୍କୁ ସଚେତନ କରିବାର। ଆଜ୍ଞା ହଁ, ଏହି ଦୃଶ୍ୟ ହେଉଛି ମୁମ୍ବାଇ ପଶ୍ଚିମ ରେଲଓ୍ବେ ଷ୍ଟେଶନର। ନିୟମ ନ ମାନି ରେଲଓ୍ବେ ଟ୍ରାକ୍‌ ଉପରେ ମନ ଇଚ୍ଛାରେ ଯାତାୟାତ କରୁଥିବା ବ୍ୟକ୍ତିଙ୍କୁ ଯମରାଜା ତାଗିଦ୍‌ କରିବା ସହ ସଚେତନ କରିଛନ୍ତି।

ଆଉ ଯେଉଁମାନେ ନିୟମର ଅବମାନନା କରୁଛନ୍ତି ତାଙ୍କୁ ନିଜ କାନ୍ଧରେ ଉଠାଇ ସୁରକ୍ଷିତ ଭାବେ ପ୍ଲାଟଫର୍ମରେ ଛାଡୁଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ସଚେତନ କରାଇବା ପାଇଁ ମୁମ୍ବାଇ ଆରପିଏଫ୍‌ ପକ୍ଷରୁ ଯମରାଜାଙ୍କ ଚରିତ୍ରରେ ଅଭିନୟ କରାଯାଇ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଭାରତୀୟ ରେଲଓ୍ବେ ପକ୍ଷରୁ ଶେୟାର କରାଯାଇଥିବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share