ରେଢାଖୋଲ ଉପଖଣ୍ଡରେ ଖୋଲିଲା ମଣ୍ଡି

ରେଢାକୋଲ/ନାକଟିଦେଉଳ, ୩।୧୨(ଡି.ଏନ.ଏ.)
ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡରେ ସୋମବାର ମଣ୍ଡି ଖୋଲିଛି। ଉପଖଣ୍ଡରେ ଥିବା ୧୬ଟି ମଣ୍ଡି ମଧ୍ୟରୁ ୧୧ଟି ମଣ୍ଡିରେ ଧାନ କିଣା ଯିବାକୁ ନିଷ୍ପତ୍ତି ହୋଇଥିଲା। ସୋମବାର ପ୍ରଥମ ଦିନରେ ୨୪ଜଣ ଚାଷୀଙ୍କଠାରୁ ୨୧୧୭ ବସ୍ତା ଧାନ କିଣାଯାଇଛି। ଉପଖଣ୍ଡର ଚାରମାଲ, ତ୍ରିବଣପୁର, ସାହେବି, ବଡବାହାଳ, ବଂଶାଜାଲ, ଲୁହାପଙ୍କ, ବଡମାଳ, କଦଳିଗଡ, ଘୋଷରାମାଳ, କିସିଣ୍ଡା, ବାଟଗାଁ ଆଦି ମଣ୍ଡି ସୋମବାର ଖୋଲାଯାଇଥିବା ବେଳେ ୪୯୦ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ଚାରମାଳ ମଣ୍ଡିରେ ଜଣେ ଚାଷୀଙ୍କଠାରୁ ୬୦ବସ୍ତା ଧାନ କିଣାଯାଇଛି। ତ୍ରୀବଣପୁର ମଣ୍ଡିରେ ଜଣେ ଚାଷୀଙ୍କଠାରୁ ୮୨ ବସ୍ତା ଧାନ କିଣାଯାଇଛି। ବଡମାଳ କେନ୍ଦ୍ରରେ ୧୪ଜଣ ଚାଷୀଙ୍କଠାରୁ ୧୨୬୩ ବସ୍ତା, କିସିଣ୍ଡା କେନ୍ଦ୍ରରୁ ୭ ଜଣ ଚାଷୀଙ୍କଠାରୁ ୬୪୭ ବସ୍ତା ଓ ଘୋଷରାମାଳ କେନ୍ଦ୍ରରୁ ଜଣେ ଚାଷୀଙ୍କଠାରୁ ୬୫ ବସ୍ତା ଧାନ କିଣାଯାଇଥିବା ଜଣାପଡିଛି। ପେର୍ଯ୍ୟୟକ୍ରମେ ଚଳିତ ସପ୍ତାହ ମଧ୍ୟରେ ଅନ୍ୟ ମଣ୍ଡିଗୁଡିକରୁ ମଧ୍ୟ ଧାନ କିଣାଯିବ। ସୋମବାର ଘୋଷରାମାଳ କ୍ରୟକେନ୍ଦ୍ରକୁ ଉପଜିଲାପାଳ ଡୋଳାମଣି ପଟେଲ ଉଦ୍‌ଘାଟନ କରିଥିଲେ। ଏଆରସିଏସ ମହେନ୍ଦ୍ର ନନ୍ଦ, ସହକାରୀ ଯୋଗାଣ ଅଧିକାରୀ ବିଘ୍ନରାଜ ମହାପାତ୍ର, ଆରଏମସି ସମ୍ପାଦକ ଅଶୋକ କୁମାର ସାହୁ, ନାକଟିଦେଉଳ ଯୋଗାଣ ନିରୀକ୍ଷକ ତନୁରଞ୍ଜନ ସିଂ, ବ୍ଲକ ଅଧ୍ୟକ୍ଷା ମନ୍ଦାକିନି ରାଉଳ, ବିଡିଓ ନାଥୋଡିୟୁସ ଲାକ୍ରା ପ୍ରମୁଖ ଯୋଗ ଦେଇଥିଲେ।