Posted inଫୁରସତ

ରେଡ୍‌ ଲେଡି : କେଶଠାରୁ ଆରମ୍ଭ କରି ସମସ୍ତ ଆସବାବପତ୍ର ବି ଲାଲ୍‌ ରଙ୍ଗର

ଜୋରିକା ରିବରନିକ୍‌ଙ୍କୁ ବୋସନିଆର ଲୋକେ ରେଡ୍‌ ଲେଡି ନାମରେ ଜାଣନ୍ତି। କାରଣ ତାଙ୍କ କେଶଠାରୁ ଆରମ୍ଭ କରି ପୋଷାକ ଏପରିକି ଘରର ସମସ୍ତ ଆସବାବପତ୍ର ବି ଲାଲ୍‌ ରଙ୍ଗର। ଜୋରିକାଙ୍କୁ ଲାଲ୍‌ ରଙ୍ଗ ବହୁ ପସନ୍ଦ। ସେ ଚାହାନ୍ତି ତାଙ୍କର ଆଖପାଖ ସବୁ ଜିନିଷ ଲାଲ୍‌ ଦିଶୁ। ଲୋକଙ୍କ ଅନ୍ତିମ ସଂସ୍କାର ସମୟରେ ବି ସେ ଲାଲ୍‌ ରଙ୍ଗର ପୋଷାକ ପିନ୍ଧି ଯାଇଥାନ୍ତି।

୬୭ ବର୍ଷୀୟା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜୋରିକା କୁହନ୍ତି, ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା। ସେତେବେଳେ ସେ ଲାଲ୍‌ ରଙ୍ଗର ଏକ ଡ୍ରେସ ପିନ୍ଧିଥିଲେ। ଏହି ଡ୍ରେସ୍‌ ତାଙ୍କର ଏମିତି ପସନ୍ଦ ଆସିଥିଲା ସେହିଦିନଠାରୁ ସେ ଲାଲ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିବା ଆରମ୍ଭ କଲେ। ଧୀରେ ଧୀରେ ଲାଲ୍‌ ରଙ୍ଗ ପ୍ରତି ତାଙ୍କର ଏତେ ଦୁର୍ବତଳା ବଢ଼ିଗଲା ଯେ ଘରର କପ୍‌, ପ୍ଲେଟ୍‌ ବେଡ୍‌ସିଟ୍‌, ସୋଫା, ଜୋତା, ପର୍ସ ଇତ୍ୟାଦି ଲାଲ୍‌ରଙ୍ଗର ବ୍ୟବହାର କରୁଛନ୍ତି। ମୁଣ୍ଡର କେଶକୁ ମଧ୍ୟ ଲାଲ୍‌ ରଙ୍ଗ କରିଛନ୍ତି। କେବଳ ଓ୍ବାଟର ହିଟରକୁ ଛାଡ଼ି ସମସ୍ତ ଆସବାବପତ୍ର ଲାଲ୍‌ରରଙ୍ଗର।

ଜୋରିକା ଲାଲ୍‌ ରଙ୍ଗ ପାଇଁ ଏତେ ପ୍ରସିଦ୍ଧି ଲାଭ କଲେ ସମେସ୍ତ ତାଙ୍କୁ ସେଲିବ୍ରିଟି ଭାବରେ ଗ୍ରହଣ କରିନେଲେ। ଗତ ୪୦ ବର୍ଷ ଧରି ସେ ଏପରି ଲାଲ୍‌ ରଙ୍ଗ ବ୍ୟବହାର କରିଆସୁଛନ୍ତି। ସେ କୁହନ୍ତି, ମୋତେ କ’ଣ ପାଇଁ ଲାଲ୍‌ ରଙ୍ଗ ପସନ୍ଦ ମୁଁ ନିଜେ ମଧ୍ୟ ଜାଣିନି। ଜୋରିକା ଘରେ ଲଗାଇଥିବା ଲାଲ୍‌ ରଙ୍ଗର ପଥର ଭାରତରୁ ମଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri