‘ରେଡ୍‌’ ଫିଲ୍ମର ମେକିଂ ଭିଡିଓ ଶେୟାର କଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନଙ୍କ ‘ରେଡ୍‌’ ଫିଲ୍ମ ଦୁଇ ବର୍ଷ ତଳେ ଅର୍ଥାତ୍‌ ୧୬ ମାର୍ଚ୍ଚ ୨୦୧୮ରେ ମୁକ୍ତିଲାଭ କରିଥିଲା। ଫିଲ୍ମଟିକୁ ପୁଣି ମନେ ପକାଇ ଅଜୟ ଦେବଗନ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ପାଇଁ ଫିଲ୍ମର ଭିଡିଓ ଶେୟାର କରିଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି ‘ରେଡ୍‌’ ଏକ ଏମିତି ଫିଲ୍ମ ଯାହା ରିଅଲ ଟାଇମ୍‌ରେ ନିର୍ମିତ ହୋଇଥିଲା। ତେଣୁ ଦର୍ଶକେ ଏହାକୁ ଖୁବ୍‌ ପସନ୍ଦ କରିଥିଲେ। ହ୍ୟାସଟ୍ୟାଗ୍‌ ୨ ବର୍ଷ ‘ରେଡ’। ତାଙ୍କ ଟ୍ବିଟ୍‌ରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ପ୍ରଶଂସକ କହିଛନ୍ତି, ଲଭ୍‌ ୟୁ ସାର୍‌। ମୁଁ ‘ରେଡ୍‌-୨’ ପାଇଁ ଉତ୍ସାହିତ ଅଛି। ଆପଣ ଏହା କେବେ କରୁଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ମୁଁ ବି ଚାହୁଁଛି ‘ରେଡ୍‌ -୨’।
କହିରଖୁଛୁ, ‘ରେଡ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜ କୁମାର ଗୁପ୍ତା। ଏଥିରେ ଅଜୟ ଦେବଗନ, ଇଲିଆନା ଡିକ୍ରୁଜ, ସୌରଭ ଶୁକ୍ଳା, ଅମିତ୍‌ ସିଆଲ ପ୍ରମୁଖ ଅଭିନୟ କରିଥିଲେ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ୨୦୧୮ରେ ମୁକ୍ତିଲାଭ କରିଥିଲା, ଯାହାକି ବହୁତ ଭଲ ବ୍ୟବସାୟ କରିଥିଲା।

Share