ରେଙ୍ଗାଲି ଗ୍ରାମରେ ବନ ବିଭାଗର ଚଢାଉ : ଟ୍ରାକ୍ଟର ସହ ବିପୁଳ ପରିମାଣର କାଠ ଜବତ

ଲୋଇସିଂହା, ୨।୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ଅନ୍ତର୍ଗତ ଆଗଲପୁର ବ୍ଲକ ରେଙ୍ଗାଲି ଗ୍ରାମରେ ବନ ବିଭାଗ ଚଢାଉ କରି ବିପୁଳ ପରିମାଣର କାଠ, ସାଇଜ ପଟା, ଟ୍ରାକ୍ଟର ଇଞ୍ଜିନ ସହ କରତ କଳ ଜବତ କରିଛି ା ଜବତ କାଠର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ କହିଛି। ସୂଚନାମତେ, ଆଗଲପୁର ବ୍ଲକ ରେଙ୍ଗାଲି ଗ୍ରାମର ପୋଖରୀ ନିକଟରେ ଦୀର୍ଘଦିନ ହେଲା ବେଆଇନ କରତ କଳ ଚାଲିଆସୁଥିବା ବନ ବିଭଗକୁ ସୂଚନା ମିଳିଥିଲା। ବରଗଡ ଜିଲା ସୁଜିଆମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି ଟ୍ରାକ୍ଟର ଇଞ୍ଜିନରେ କରତ କଳ ଲଗାଇ ଉକ୍ତ ବେଆଇନ କାରବାର ଚଳାଇଥିଲେ। ମଙ୍ଗଳବାର ଯୋଜନା ମୁତାବକ ଏସିଏଫ ବାବଜୀ ଚରଣ ରାଉଳ, ମୋଇବାଲ ସ୍କ୍ବାଡ ଫରେଷ୍ଟର ସୁନୀଲ ମିଶ୍ର ଓ ବଲାଙ୍ଗୀର ରେଞ୍ଜ ଷ୍ଟାପ ରେଙ୍ଗାଲିରେ ଚଢାଉ କରିଥିଲେ। ବନ ବିଭାଗ କର୍ମଚାରୀଙ୍କୁ ଦେଖି କରତ କଳରେ ନିୟୋଜିତ କର୍ମଚାରୀ ଓ ଡ୍ରାଇଭର ଟ୍ରାକ୍ଟର ଇଞ୍ଜିନ ଓ ଏଥିରେ ଳଗା ଯାଇଥିବା କଟର ମେଶିନକୁ ନେଇ ପଳାଇ ଯାଇଥିଲେ। ବନ କର୍ମଚାରୀ ସେମାନଙ୍କୁ ପିଛା କରିଥିଲେ। ଡ୍ରାଇଭର ଟ୍ରାକ୍ଟର ଇଞ୍ଜିନକୁ ଅଧାବାଟରେ ଛାଡି ଫେରାର ହୋଇ ଯାଇଥିଲେ ା ବନ କର୍ମଚାରୀ ଟ୍ରାକ୍ଟର ଇଞ୍ଜିନ ଓ କଟର ମେଶିନକୁ ଜବତ କରିଥିଲେ। ଏଥି ସହିତ ଚାଲାଣ ଉଦ୍ଦେଶ୍ୟରେ ରଖାଯାଇଥିବା ଶାଗୁଆନ, ଗମ୍ଭାରୀ, ଲିମ୍ବା ଓ ଶିଶୁ କାଠ ଜବତ କରାଯାଇଥିବା ମୋଇବାଲ ସ୍କ୍ବାଡ ଫରେଷ୍ଟର ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri