Categories: ଜାତୀୟ

ରେକର୍ଡ କଲା ପିଆଜ

ମଦୁରାଇ,୮।୧୨: ଦେଶର ବିଭିନ୍ନ ଭାଗରେ ପିଆଜ ସେଞ୍ଚୁରି ମାରିଥିବା ବେଳେ ତାମିଲନାଡୁର ମଦୁରାଇରେ କିନ୍ତୁ ଏହା ରେକର୍ଡ କରିଛି। ରବିବାର ଏଠାରେ ପିଆଜର କିଲୋଗ୍ରାମ୍‌ ପ୍ରତି ଦାମ୍‌ ୨ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ଏହା କିଲୋପ୍ରତି ଦର ୨୫୦ ଟଙ୍କାରେ ପହଞ୍ଚିଛି। ପିଆଜର ଏହି ମୂଲ୍ୟବୃଦ୍ଧି ଖାଉଟିଙ୍କୁ ତ ଅଡୁଆରେ ପକାଇଛି ଏହାସହ ବ୍ୟବସାୟୀ ମଧ୍ୟ ସେମାନଙ୍କ ବ୍ୟବସାୟରେ ସେତେଟା ଲାଭ ପାଉ ନ ଥିବା କହିଛନ୍ତି। ଏପଟେ ଗୃହିଣୀଙ୍କ ରୋଷେଇ ଘରୁ ପିଆଜ ହଜି ଯାଇଥିବା ସେମାନେ କୁହନ୍ତି। ଅନ୍ୟପଟେ ସରକାରୀ ଭାବେ ମିଳିଥିବା ସୂଚନା ଅନୁଯାୟୀ ଏହି ଦରବୃଦ୍ଧି ଡିସେମ୍ବର ଶେଷ ପର୍ଯ୍ୟନ୍ତ ଲାଗି ରହିବ।

Share