ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌ ଘଟ୍‌ନା: ଗାଁରେ ପୁହୁଁଚିଲେ ଡାକ୍‌ତରୀ ଦଲ

ଗୁଡ଼ଭେଲା,୨୧ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଡୁଙ୍ଗିବାହାଲ ଗଁାର ମେଘନାଦ ରଣାକଁର ଝି’ ହେଉଛନ୍‌ ରୂପେଲି(୩)। ସେ ଜନମ୍‌ ହେବାର ଦୁଇ ମାସ ଉତାରୁ ରୂପେଲିର ଦିହିପା ଖରାପ ହେଲା। ମା’ବାପ୍‌ ଝି’କେ ପହେଲା ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପଛେ ଜିଲା ମୁଖିଆ ଡାକ୍‌ତରଖାନା ଆର ବୁର୍ଲାକେ ନେଇ ଚିକିଛା କରାଲେ, ହେଲେ କିଛି ଲାଭ୍‌ ନାଇଁ ହେଲା। ଇଆଡ଼େ ରୂପେଲିର ମୁଡ଼ ବଢ଼ୁଥିଲାବେଲେ ସେ ହିସାବେ ଗୋଡ଼ହାତ୍‌ ନାଇଁ ବଢ଼ବାର। ବଏସ୍‌ ବଢ଼ୁଥିଲେ ବି ସେ ଚାଲବୁଲ କି କଥାବାରତା ନାଇଁ କରିପାରବାର। ରୂପେଲିର ମୁଡ଼ର ଉଜନ ବଢ଼ବାରେ ଲାଗିଥିଲାବେଲେ ସେ ମୁଡ଼ ସିଧା କରି ରଖି ନାଇଁପାରବାର। ତାହାକୁ ସବୁବେଲେ ସଜେ ବତ୍‌ରେ ପାଇ କଲେଯାଇ, ନାଇଁ ହେଲେ ଅନେକ ସମିଆରେ ତାକର ଗୋଡ଼ହାତ୍‌ ଭାଂଗି ଯାଉଛେ ଆର ଦିନାକେତେ ଉତାରୁ ତାର ମନ୍‌କେ ଯୁଡ଼ି ହେଇଯାଉଛେ। ଇଆଡ଼ ମେଘନାଦ କୁଲି ମଜୁରି କରି ଦୁଇ ପଏସା ଆନ୍‌ଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ସେ ଝି’ର ଉଚ ଚିକିଛା କଥା ଚିନ୍‌ତା କରି ନାଇଁପାରବାର। ସେନ୍‌ତା ଇ ପରିବାରଟା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ବି ସାମିଲ ନାଇଁ ହେଇପାରି। ଇ ବାବ୍‌ଦେ ଗଲା ୧୮ ତାରିଖ୍‌ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ‘ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌, ଚିନ୍‌ତାରେ ଗରିବ୍‌ ମା’ବାପ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଡା.ପ୍ରଶାନ୍ତ ସିଂ ଧରୁଆ ଆର ଡା.ସ୍ମରଣିକା ପଣ୍ଡାକଁର ମଂଗୁଆଲତିରେ ଗୁଟେ ଡାକ୍‌ତରୀ ମଙ୍ଗଲବାର ମେଘନାଦକଁର ଘରେ ପୁହୁଁଚିଥିଲେ। ଡାକ୍‌ତରୀ ଦଲର କହେବାର ହିସାବେ ରୂପେଲିର ଚିକିଛା ଲାଗି ତାହାକୁ ଦୁଇ ଥର ବୁର୍ଲା ପଠାଯାଇଥିଲା। ହେଲେ ପରିବାର ଲୋକ୍‌ ଛୁଆର ଦିହିପାରେ କିଛି ପରିବରତନ୍‌ ନାଇଁ ହେବାର ଭାବି ଆଗ୍‌କେ ନାଇଁ ବଢ଼ବାର ଲେଖେଁ ଲାଗୁଛେ ବଲି ଡାକ୍‌ତରି ଦଲ୍‌ କହିଥିଲେ। ହେଲେ ଆମେ ପରିବାର ଲୁକ୍‌କୁ ବୁଝାସୁଝା କରି ରୂପେଲିର ଚିକିଛା ଲାଗି ପଦକ୍ଷେପ ନେମୁ ବଲି ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ବିବେକ ଧରୁଆ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

କଟକ ଜିଲାପାଳଙ୍କୁ ନୋଟିସ୍‌, ଦେବାଶିଷ ସାମନ୍ତରାୟଙ୍କ ଏହି ଅଭିଯୋଗ ନେଇ…

କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ…

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri