ରୁଷ ସେନାର କ୍ୟାଡେଟ ଗାଇଲେ ‘ଏ ଓ୍ବତନ.. ତେରୀ କସମ୍‌’

ମସ୍କୋ,୩୦।୧୧: ଭାରତର ଦେଶଭକ୍ତି ଗୀତକୁ ଗାଇ ଝୁମିଲେ ରୁଷ ସେନା। ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ସେନାର କ୍ୟାଡେଟମାନେ ଭାରତର ଦେଶଭକ୍ତି ସଙ୍ଗୀତ ‘ଏ ଓ୍ବତନ.. ଏ ଓ୍ବତନ, ହମକୋ ତେରି କସମ୍‌ ଗୀତ ଗାଇଛନ୍ତି। ଏହି ଗୀତ ବଲିଉଡ୍‌ ଫିଲ୍ମ ‘ଶହୀଦ’ର ଗୀତ। ୨୭ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୁଷ ସେନାଙ୍କ ସହ ଭାରତୀୟ ଦୂତାବାସର ସେନା ପରାମର୍ଶଦାତା ମଧ୍ୟ ନଜର ଆସିଛନ୍ତି। ୧୯୬୫ରେ ଫିଲ୍ମ ଶହୀଦ ରିଲିଜ୍‌ ହୋଇଥିଲା। ଭଗତ ସିଂହଙ୍କ ଜୀବନି ଉପରେ ଏହି ଫିଲ୍ମଟି ଆଧାରିତ ହୋଇଥିବା ବେଳେ ଏଥିରେ କଣ୍ଠଦାନ କରିଥିଲେ ସ୍ବନାମଧନ୍ୟ ଗୀତିକାର ମହମ୍ମଦ ରଫି। ଏଥିସହ ଉକ୍ତ ଗୀତକୁ ୧୩ଟି ନ୍ୟାସନାଲ ଆଓ୍ବାର୍ଡ ମଧ୍ୟ ମିଳଥିଲା।

Share