ରୁଷିଆ ସୈନ୍ୟବାହିନୀରେ ସାମିଲ୍‌ ହେଲା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର: ଶବ୍ଦଠାରୁ ୨୭ ଗୁଣା ଅଧିକ ବେଗରେ କରିବ ଗତି

ମସ୍କୋ,୨୮।୧୨: ରୁଷିଆ ଏହାର ସୈନ୍ୟବାହିନୀର ଶକ୍ତି ବୃଦ୍ଧି କରିଛି। ଶବ୍ଦଠାରୁ ୨୭ ଗୁଣା ଅଧିକ ବେଗରେ କରିବ ଗତି କରୁଥିବା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ରକୁ ସୈନ୍ୟବାହିନୀରେ ସାମିଲ୍‌ କରାଯାଇଥିବା ନେଇ ରାଷ୍ଟ୍ରପତି ବ୍ଲଡିମୀର ପୁଟିନ୍‌ ଘୋଷଣା କରିଛନ୍ତି। ଏହାର ଲକ୍ଷ୍ୟ ଭେଦ କ୍ଷମତା ୬ ହଜାର କିମି ରହିଛି। ଏହା ଘଣ୍ଟାପ୍ରତି ୩୩ ହଜାର କିମି ବେଗରେ ଗତି କରିବାକୁ ସକ୍ଷମ। ୨୦୧୮ରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା। ସୂଚନାଯୋଗ୍ୟ, ଚାଇନା ୨୦୧୪ରେ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବାବେଳେ ଏବେ ଆମେରିକା ପକ୍ଷରୁ ଏନେଇ ଉଦ୍ୟମ ଜାରି ରହିଛି।

Share