ରୁଷିଆ ସେନାରେ ୮୭୪ କରୋନା ଆକ୍ରାନ୍ତ

ମସ୍କୋ,୨୮ା୪: ରୁଷିଆ ସୈନ୍ୟବାହିନୀରେ ଏପର୍ଯ୍ୟନ୍ତ ୮୭୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ୩୭୯ ଜଣ ଘରେ ଆଇସୋଲେଶନରେ ରହିଥିବାବେଳେ ଅନ୍ୟମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରୁଷିଆରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦,୯୪୯ରେ ପହଞ୍ଚତ୍ଥିବାବେଳେ ୭୪୭ ଜଣଙ୍କ ଜୀବନ ଗଲାଣି। ମାର୍ଚ୍ଚ ଶେଷ ଭାଗରୁ ଦେଶର ବିସ୍ତୀର୍ଣ୍ଣ ଅଞ୍ଚଳ ଲକ୍‌ଡାଉନରେ ରହିଛି। ମେ’ ୯ରେ ହେବାକୁ ଥିବା ପାରମ୍ପରିକ ସାମରିକ ପରେଡ୍‌କୁ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ସେନାରେ ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଛି।

Share