ରୁଷରେ ମୋଦିଙ୍କୁ ଜୋରଦାର୍‌ ସ୍ବାଗତ

ମସ୍କୋ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ବୁଧବାର ମୋଦି ଭ୍ଲାଦିଭୋଷ୍ଟକରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି ଗସ୍ତ କାଳରେ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାପରେ ମୋଦି ପୂର୍ବାଞ୍ଚଳ ସଂଘୀୟ ବିଶ୍ୱବିଦ୍ୟାଳୟ(ଏଫଇଏଫୟୁ)କୁ ଯାଇଥିଲେ। ସେଠାରେ ପ୍ରବାସୀ ଭାରତୀୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ମୋଦି ରୁଷର ଭ୍ଲାଦିଭୋଷ୍ଟକ ସହରରେ ଆୟୋଜିତ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ମଧ୍ୟ ଦେବେ। ତୈଳ ଓ ଗ୍ୟାସ କ୍ଷେତ୍ରରେ ବିକାଶ ପାଇଁ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହେବାର କାର୍ଯ୍ୟକ୍ରମ ରହିଛି।

Share