Categories: ଖେଳ

ରୁମାଲ ଚୋରି ଖେଳିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୭।୫- ମ୍ୟାଚ୍‌ ପୂର୍ବରୁ ପ୍ରାକ୍ଟିସବେଳେ ଖେଳାଳିମାନେ ଫିଟ୍‌ ରହିବା ପାଇଁ ସର୍ବଦା କିଛି ଅଲଗା ଖେଳ ଖେଳିଥାନ୍ତି। ଏହା ଖେଳାଳିଙ୍କୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବା ସହ ଚାପମୁକ୍ତ କରେ। ଏଭଳି କିଛି କରିଛନ୍ତି ଭାରତୀୟ ଦଳର ଖେଳାଳିମାନେ। ଅଭ୍ୟାସ ସେସନରେ ରୁମାଲ ଚୋରି ଖେଳିଛନ୍ତି। ଦଳର ଅଧା ଖେଳାଳିଙ୍କୁ ନାଲି ଓ ନୀଳ ରଙ୍ଗର ରୁମାଲ ଦିଆଯାଇଥିଲା। କିଛି କ୍ରିକେଟର ଏହାକୁ ପ୍ୟାଣ୍ଟ ପଛ ଭାଗରେ ରଖିଥିଲେ, ଯାହାକୁ ଅନ୍ୟ ଖେଳାଳିମାନେ ଛଡ଼ାଇଥିଲେ। ଏଭଳି ଖେଳ ଦ୍ୱାରା ଖେଳାଳିଙ୍କ ମଧ୍ୟରେ ବନ୍ଧୁତ୍ୱ ମଜଭୁତ ହୋଇଥାଏ। ଏଣୁ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏହି ଖେଳ ଖେଳିବାକୁ ଭାରତୀୟ ଦଳର ଖେଳାଳିଙ୍କୁ କହିଥିଲେ। ଏହି ଖେଳକୁ ଇଂଲଣ୍ଡରେ ଡକ୍‌ ଡକ୍‌ ଗୁସ କୁହାଯାଏ। ଉଲ୍ଲେଖଥାଉ କି, ବିଶ୍ୱକପ୍‌ରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Share