ରୁପେ ଡେବିଟ କାର୍ଡରେ ଶପିଂ ହେବ ଶସ୍ତା

ନୂଆଦିଲ୍ଲୀ,୧୫-୯: ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରବାକୁ ଯାଇ ରୁପେ ଡେବିଟ୍‌ କାର୍ଡ ଜରିଆରେ ନେଣଦେଣ ଉପରେ ମର୍ଚ୍ଚେଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମ୍‌ଡିଆର୍‌) ହ୍ରାସ କରିଛି। ନୂଆ ଏମ୍‌ଡିଆର୍‌ ଅକ୍ଟୋବର ୨୦ରୁ ଲାଗୁ ହୋଇଯିବ। ଏନ୍‌ପିସିଆଇର କହିବାନୁଯାୟୀ , ଡେବିଟ୍‌ କାର୍ଡରେ ନେଣଦେଣରେ ଦିଆଯାଇଥିବା ଛାଡ଼ ସମସ୍ତ ପ୍ରକାର ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌)ରେ ଲାଗୁ ହେବ। ଏହାବ୍ୟତୀତ ଇକମ୍‌ ଏବଂ ଭାରତକ୍ୟୁଆର୍‌ କୋଡ୍‌ ଆଧାରିତ ମର୍ଚ୍ଚେଣ୍ଟ ନେଣଦେଣ ଉପରେ ମଧ୍ୟ ନୂଆ ହାର ଲାଗୁ ହେବ। ପଏଣ୍ଟ ଅଫ୍‌ ସେଲ୍‌, ଇକମ୍‌ ଓ ଭାରତକ୍ୟୁଆର କୋଡ୍‌ ଆଧାରିତ ବାଣିଜି୍ୟକ ନେଣଦେଣ ଉପରେ ଏମ୍‌ଡିଆର୍‌ ସଂଶୋଧିତ ହୋଇଛି। ୨୦୦୦ ଟଙ୍କାରୁ ଅଧିକ ନେଣଦେଣ ଲାଗି ଏମ୍‌ଡିଆର୍‌ ୦.୬୦% ପର୍ଯ୍ୟନ୍ତ ସଂଶୋଧିତ ହୋଇଛି। ଯେଉଁଥିରେ ସର୍ବାଧିକ ୧୫୦ ଟଙ୍କା ପ୍ରତି ନେଣଦେଣ ରଖାଯାଇଛି। ବର୍ତ୍ତମାନ ଏହା ୧ହଜାର ଟଙ୍କାର ପ୍ରତି ନେଣଦେଣର ସର୍ବୋଚ୍ଚ ସୀତା ସହିତ ୨ ହଜାର ଟଙ୍କାରୁ ଅଧିକ ନେଣଦେଣ ଲାଗି ୦.୯% ଧାର୍ଯ୍ୟ ହୋଇଥିଲା। ଭାରତ କ୍ୟୁଆର୍‌ କୋଡ୍‌ ଆଧାରିତ ନେଣଦେଣ ଉପରେ ଏମ୍‌ଡିଆର୍‌କୁ ମଧ୍ୟ କମାଇ ୦.୫% କରାଯାଇଛି। ଏହାର ସର୍ବାଧିକ ଏମ୍‌ଡିଆର୍‌ ୧୫୦ ଟଙ୍କା ରଖାଯାଇଛି। ଏନ୍‌ପିସିଆଇର କହିବାନୁଯାୟୀ ଏମ୍‌ଡିଆର୍‌ ହାର କମାଇବା ସହ ସର୍ବାଧିକ ସୀମାକୁ କମାଯିବା ଯୋଗୁ ଲୋକେ ଡେବିଟ କାର୍ଡ ମାଧ୍ୟମରେ ନେଣଦେଣ ଲାଗି ପ୍ରୋତ୍ସାହିତ ହେବେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକ ଏମ୍‌ଡିଆର୍‌ କାରଣରୁ ଲୋକେ ଡେବିଟ୍‌ କାର୍ଡ ଜରିଆରେ ନେଣଦେଣ ପାଇଁ ପଛଘୁଞ୍ଚା ଦେଉଛନ୍ତି। ଏଥିପୂର୍ବରୁ ଏନ୍‌ପିସିଆଇ ଭୀମ୍‌ ୟୁପିଆଇ ଜରିଆରେ ନେଣଦେଣ ପାଇଁ ଏମ୍‌ଡିଆର୍‌କୁ ସଂଶୋଧନ କରିଥିଲେ ଏବଂ ଏହାର ସର୍ବୋଚ୍ଚ ସୀମା ୧୦୦ ଟଙ୍କା ରଖାଯାଇଛି। ସେହିପରି ୧୦୦ ଟଙ୍କାରୁ କମ୍‌ ୟୁପିଆଇ ନେଣଦେଣ ଉପରେ କ୍ୟୁଆର୍‌ କୋଡ୍‌ ସ୍କାନ ଦ୍ୱାରା କରାଯାଉଥିଲେ ଏମ୍‌ଡିଆର୍‌କୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri