Categories: ଖେଳ

ରୁଟ୍‌ ଖେଳିବେନି, ଷ୍ଟୋକ୍ସ ନେତୃତ୍ୱ ନେବେ

ଲଣ୍ଡନ, ୩୦।୬(ପି.ଟି.):ଦ୍ୱିତୀୟ ସନ୍ତାନର ଜନକ ହେବାକୁ ଯାଉଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଖେଳିବେ ନାହିଁ। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜର ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପ୍ରଥମଥର ପାଇଁ ଦଳର ନେତୃତ୍ୱ ନେବେ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ସାଇଥାମ୍ପଟନର ଏଜେସ ବାଓଲ ଷ୍ଟାଡିୟମରେ ଜୁଲାଇ ୮ରୁ ଆରମ୍ଭ ହେବ। ସେହି ସମୟରେ ରୁଟ୍‌ଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ଜନନୀ ହେବା ସମ୍ଭାବନା ରହିଛି। ଅନ୍ତରୀଣ ଅଧିନାୟକ ନିଯୁକ୍ତ ହୋଇଥିଲେ ହେଁ ଷ୍ଟୋକ୍ସଙ୍କୁ ରୁଟ୍‌ ‘ନେଚୁରାଲ ଲିଡର’ ଭାବେ ଅଭିହିତ କରିଛନ୍ତି। କେବଳ ପ୍ରଥମ ଟେଷ୍ଟ ନୁହେଁ, ରୁଟ୍‌ ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି। କାରଣ ଦଳସହ ଯୋଗ ଦେବା ପୂର୍ବରୁ ତାଙ୍କୁ ୭ ଦିନ ସେଲ୍ଫ-ଆଇସୋଲେଶନରେ ରହିବାକୁ ପଡ଼ିବ। କରୋନା ଭାଇରସ ସଂକ୍ରମଣ ଯୋଗୁ ୩ ମାସ ବ୍ୟବଧାନ ପରେ ଏହି ସିରିଜ ଜୈବ-ସୁରକ୍ଷିତ ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି।

Share