ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି ଥିବା ତାଙ୍କର ସେହି ଭଲପାଇବା ହିଁ ତାଙ୍କୁ ଟାଣି ଆଣିଲା ଯାତ୍ରା ଜଗତକୁ। ଖାଲି ଟାଣି ଆଣିଲାନାହିଁ। ଅଧିକନ୍ତୁ ତାଙ୍କୁ ସଜେଇଦେଲା ଜଣେ ପୋଖତ ଅଭିନେତ୍ରୀ। ଏଠାରେ ଯାହାଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ରୀନାରାଣୀ ନାୟକ। ସଂକ୍ଷେପରେ ରୀନା। ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ପଦ୍ମପୁରରେ ଜନ୍ମିତା ରୀନା ଆଜିକୁ ତିରିଶ ବର୍ଷ ତଳେ ପାଦ ଥାପିଥିଲେ ଯାତ୍ରା ଜଗତରେ। ଅନୁଷ୍ଠାନ ଥିଲା ‘ସାଗରକନ୍ୟା’ ଗଣନାଟ୍ୟ। ପ୍ରସିଦ୍ଧ ନିର୍ଦ୍ଦେଶକ ବାଦଲ ସିକ୍‌ଦାରଙ୍କ ସହିତ ପରିଚୟ ଥିଲା। ଆଉ ତାଙ୍କରି ମାଧ୍ୟମ ଦେଇ ହିଁ ସେ ଆସି ଯୋଗ ଦେଇଥିଲେ ‘ସାଗରକନ୍ୟା’ରେ। ଝିଅର ଯାତ୍ରାକୁ ଆସିବା ନେଇ ଘରେ ସମସ୍ତେ ଅରାଜି ଥିଲେ। ମାତ୍ର ରୀନାଙ୍କ ଦେହରେ ଡେଣା ଖଞ୍ଜି ଦେଇଥିଲା ଯାତ୍ରା। ସେ ବା କେମିତି ଚୁପ୍‌ ହେଇ ବସିଥାନ୍ତେ! ସେ ଯା’ହେଉ ‘ସାଗରକନ୍ୟା’ରୁ ନିଜର ଯାତ୍ରା ଜୀବନ ଆରମ୍ଭ କରିଥିବା ରୀନା ଏବେ ଆସି ପହଞ୍ଚତ୍ଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ଇତିମଧ୍ୟରେ ସେ ‘ପାର୍ବତୀ’, ‘କଳିଙ୍ଗ’, ‘କୋଣାର୍କ’, ‘ବାଘାଯତିନ’, ‘ଟାଇଗର ତାରିଣୀ’, ‘ଗୌରୀ’, ‘ବିଶ୍ୱଜନନୀ’ ଆଦି ଅନୁଷ୍ଠାନରେ ନିଜ ଅଭିନୟର ପରାକାଷ୍ଠା ଦେଖାଇ ସାରିଛନ୍ତି। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାକି ରହିଲା ହାଟ ସଉଦା’, ‘ଏମିତି କାହାଣୀ କେବେ ବି ଶୁଣିନି’, ‘ବାହାବଜାର’, ‘ଅଛୁଅଁା ମଣିଷ’, ‘କଙ୍କାଳକୋଠୀ’, ‘ଜହ୍ନରେ ରହିବି କଳଙ୍କ ହୋଇ’, ‘ରୁପା କାନଫୁଲ ସୁନା ପାଉଁଜି’, ‘ଏମିତି ଝିଅକୁ ଶହେ ସଲାମ’, ‘ସିନ୍ଦୂର କାନ୍ଦୁଛି ଓଢ଼ଣୀ ତଳେ’, ‘ଯମ ଲେଖୁଛି ପ୍ରେମ ଚିଠି’, ‘ଫଗୁଣ ଦେଇଛି ପହିଲି ଚିଠି’, ‘ମିତା ମହାନ୍ତି ମିଛ କୁହନ୍ତି’, ‘ବାଜି ରହିଲା ମୋ ସାନଭଉଣୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ସୂର୍ଯ୍ୟମନ୍ଦିର’ରେ ସେ ଅଭିନୟ କରିଥିବା ନାଟକ ମଧ୍ୟରେ ରହିଛି ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’, ‘ପୁଅ ଯିବ ଶାଶୁଘର’, ‘ମାୟାବିନି ମୌସୁମୀ’। ଆଜିଯାଏ ପଜିଟିଭ ରୋଲରେ ଅଭିନୟ କରି ଆସିଥିବା ରୀନାଙ୍କୁ ଚଳିତବର୍ଷ ‘ମାୟାବିନି ମୌସୁମୀ’ରେ ନେଗେଟିଭ୍‌ ଭୂମିକା ମିଳିଛି। ଆଉ ତାକୁ ନେଇ ସେ ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri