Categories: ବାଣିଜ୍ୟ

ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ୬ ମାସ ସମୟ

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀଙ୍କ ଘୋଷଣାରୁ ରିୟଲ ଇଷ୍ଟେଟ କ୍ଷେତ୍ରକୁ ଆଶ୍ୱସ୍ତି ମିଳିଛି। ଏହି କ୍ଷେତ୍ରର ବିଭିନ୍ନ ପରିଯୋଜାନକୁ ସମ୍ପୂର୍ଣ୍ଣ କରିବା ଲାଗି ସରକାର ଅତିରିକ୍ତ ୬ ମାସ ସମୟ ଦେଇଛନ୍ତି। ଏହା ଦ୍ୱାରା ବିଲ୍‌ଡରଙ୍କ ଯୋଜନା ପୂରା କରିବା ଲାଗି ସମୟ ମିଳିବ । କରେନା ଯୋଗୁ ବର୍ତ୍ତମାନ ସବୁ ଲକ୍‌ଡାଉନ ହୋଇପଡିଥିବାରୁ ପ୍ରକଳ୍ପ ଶେଷ ନ କରିବା କ୍ଷେତ୍ରରେ ବିଲ୍‌ଡରଙ୍କ ଲାଗି ରେରା ଅଧୀନରେ ବିଭିନ୍ନ ଅସୁବିଧା ରହିଛି। ଅଧିକ ସମୟ ଦିଆଗଲେ ସେମାନେ ନିୟାମକ ଦୃଷ୍ଟିକୋଣରୁ ଆଉ ସମସ୍ୟାରେ ପଡିବେ ନାହିଁ। ୨୫ ମାର୍ଚ୍ଚରେ ଅବଧି ଶେଷ ହେଉଥିବା କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ ହେବ। ଉକ୍ତ କ୍ଷେତ୍ରରେ ସମୟସୀମା ବଢ଼ାଇବା ଲାଗି ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିଲା। ଏ ନେଇ କେନ୍ଦ୍ର ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆଡଭାଇଜରି ଜାରି କରାଯାଇଛି। କୋଭିଡ୍‌କୁ ଦୈବୀ ଦୁର୍ଘଟଣା ଭାବେ ବିଚାରକରି ରେରା ଅଧୀନରେ କିଛି କୋହଳ ବ୍ୟବସ୍ଥା କରିବାକୁ ଏଥିରେ କୁହାଯାଇଛି।

Share