ରିଲିଫ ପାଣ୍ଠିକୁ ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାନ

ସମ୍ବଲପୁର,୧୨।୪(ବ୍ୟୁରୋ): ସମ୍ବଲପୁର ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ରବିବାର ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ବରଗଡ ଏମ୍‌ପି ସୁରେଶ ପୂଜାରୀଙ୍କୁ ଏହି ଚେକ୍‌ ପ୍ରଦାନ କରିଛନ୍ତି । ନନ୍ଦପଡା ଯାତ୍ରା କମିଟିର ଅମୂଲ୍ୟ କୁମାର ମିଶ୍ର, ଫଣିଭୂଷଣ ମିଶ୍ର, ସମୀରରଞ୍ଜନ ବାବୁ, ମୁଦିପଡାର ସୁନୀଲ ଦାଶ, ଗତିକୃଷ୍ଣ ଷଡଙ୍ଗୀ, ଝାଡୁଆପଡାର ଶୁଭେନ୍ଦୁ ମିଶ୍ର ଓ ଅଭିଷେକ ମିଶ୍ର ଏହି ସମୟରେ ଉପସ୍ଥିତ ଥିଲେ।