ରିଲିଫ ପାଣ୍ଠିକୁ ଦେବାକୁ ଘର ଘର ବୁଲି ଟଙ୍କା ସଂଗ୍ରହ

ସମ୍ବଲପୁର,୧୭ା୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍‌ ଡଙ୍ଗାପାଳ ଗ୍ରାମର କେତେକ ମହିଳା ୨୫ ହଜାର ୮ ଶହ ୩୩ ଟଙ୍କା ଆଦାୟ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ଉତ୍ସବ’ ସହଯୋଗରେ ମହିଳାମାନେ ଘର ଘର ବୁଲି ଏହି ସହାୟତା ରାଶି ସଂଗ୍ରହ କରିଛନ୍ତି । ଡଙ୍ଗାପାଳ, ଧାତକିପଡା, ବେହେରାଣୀବସା, ବାହାଡା ପଡାର ଲୋକେ ନିଜ ସାଧ୍ୟମତେ ସହଯୋଗ କରିଛନ୍ତି। ଏହି ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରେ ଜମା କରାଯିବ। ଅନ୍ୟପକ୍ଷେ ପଡ଼ାଲୋକଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ ବଣ୍ଟନ କରାଯାଇଛି। କରୋନା ସଚେତନା ଉପରେ ପଚାରପତ୍ର ଦେଇ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି। ଜୟନ୍ତ ପ୍ରଧାନ, ଓମ୍‌ପ୍ରକାଶ ବିଶ୍ୱାଳ, ଗୋଲକ ପ୍ରଧାନ, ବିକାଶ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଦିବ୍ୟ କିଶୋର ପ୍ରଧାନ, ସୁଶୀଳ ବିଶ୍ୱାଳ, ଅରବିନ୍ଦ ପ୍ରଧାନ, ଆରତି ପ୍ରଧାନ, ବବିତା ପ୍ରଧାନ, କନକ ବାଗ, ଝରଣା ପ୍ରଧାନ, ଚିନ୍ମୟ ପ୍ରଧାନ, ଆଲୋକ ପ୍ରଧାନ ଓ ନନ୍ଦ କିଶୋର ପ୍ରଧାନ ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ।