ରିଲିଫ ପାଣ୍ଠିକୁ ଡାଲମିଆ ସିମେଣ୍ଟର ଦାନ

ଭୁବନେଶ୍ୱର,୯ା୪: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ପକ୍ଷରୁ କୋଭିଡ-୧୯ ବିରୋଧୀ ଲଢେଇ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସୁନ୍ଦରଗଡ ଜିଲାର ରାଜଗାଙ୍ଗପୁର ଏବଂ କଟକ ଜିଲାର ବିଶ୍ୱାଳୀଠାରେ ଥିବା ମାନୁଫାକଚରିଂ ୟୁନିଟ ଆଖପାଖର ଲୋକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିରେ ଯଥାସମ୍ଭବ ସହାୟତା କରିବା ଲାଗି ଉଦ୍ୟମ କରାଯାଇଛି ବୋଲି କମ୍ପାନୀର ପୂର୍ବାଞ୍ଚଳ ମାନୁଫାକଚରିଂ ମୁଖ୍ୟ ସୁନୀଲ ଗୁପ୍ତା କହିଛନ୍ତି। କମ୍ପାନୀ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ, ଆବଶ୍ୟକ ସାମଗ୍ରୀ ଯୋଗାଣ, ଟ୍ରକ ଚାଳକଙ୍କୁ ସହାୟତା ଯୋଗାଣ, ରନ୍ଧାଖାଦ୍ୟ ଯୋଗାଣ କରାଯାଇଛି। ଏହାବାଦ ପିଏମ୍‌ କେୟାର୍ସ ଫଣ୍ଡକୁ ମଧ୍ୟ ଗ୍ରୁପ ପକ୍ଷରୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି।