ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ପୋଷ୍ଟର, କିନ୍ନର ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ରେ କିନ୍ନର ଭୂତ ଭୂମିକାରେ ନଜର ଆସିବେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ ଏହା ସ୍ପଷ୍ଟ ହୋଇଛି। ଫିଲ୍ମଟି ତାମିଲ ଫିଲ୍ମ ‘କଞ୍ଚନା’ର ରିମେକ୍‌। ଅକ୍ଷୟଙ୍କ ସହ ପ୍ରମୁଖ ଭୂମିକାରେ ଅଭିନୟ କରିବେ କିଆରା ଆଡଭାଣୀ। ଏହାଛଡ଼ା ବିଗ୍‌ ବି ଅମିତାଭ ମଧ୍ୟ ଅକ୍ଷୟଙ୍କ ଭଳି ଜଣେ କିନ୍ନର ଭୂତ ଭୂମିକାରେ ଅଭିନୟ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଏହା ସ୍ପଷ୍ଟ ହୋଇପାରିନାହିଁ।

ଫିଲ୍ମଟିକୁ ନିର୍ଦ୍ଦେଶନା ଦେବେ ରାଘବ ଲୋରେନ୍ସ। ସେହିଭଳି ତୁଷାର କପୁର ଓ ଶବିନା ଖାନ୍‌ ଏହାର ପ୍ରଯୋଜନା କରିବେ। ଏହା ୨୦୨୦ ଏପ୍ରିଲ ୫ତାରିଖରେ ରିଲିଜ ହେବ।

Share