ରିଲିଜ ହେବ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’- ‘ଭୂତ’: ବକ୍ସ ଅଫିସରେ ଆୟୁଷ୍ମାନ-ବିକ୍କିଙ୍କ ମଧ୍ୟରେ ଟକ୍କର

ବମ୍ବେ: ଆସନ୍ତା ସପ୍ତାହରେ ରିଲିଜ ହେବ ଦୁଇଟି ବହୁ ପ୍ରତୀକ୍ଷିତ ଫିଲ୍ମ। ଗୋଟିଏ ପଟେ ଆୟୁଷ୍ମାନ ଖୁରାନ୍ନାଙ୍କ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’କୁ ଅନ୍ୟପକ୍ଷେ ବିକ୍କି କୌଶଲଙ୍କ ‘ଭୂତ’ର ବଡ଼ପରଦାରେ ହେବ ଟକ୍କର। ଦର୍ଶକଙ୍କୁ ସର୍ବଦା ଭରପୂର ମନୋରଞ୍ଜନର ଗ୍ୟାରେଣ୍ଟି ଦେଇଆସୁଥିବା ଆୟୁଷ୍ମାନଙ୍କ ଏହି ଫିଲ୍ମ ହିଟ୍‌ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି। ସେହିଭଳି ଭୂତର କାହାଣୀ ଦମଦାର ରହିଥିବାରୁ ହରର୍‌ ଫିଲ୍ମ ଦେଖୁଥିବା ଦର୍ଶକଙ୍କ ମନ ଜିଣିବ ବୋଲି ବିକ୍କି ଆଶା ରଖିଛନ୍ତି।

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର କାହାଣୀର ପୃଷ୍ଠଭୂମିକୁ ଦେଖିଲେ ଏହା ସମଲିଙ୍ଗୀ ସମ୍ପର୍କ ଉପରେ ପର୍ଯ୍ୟବେଶିତ। ଆୟୁଷ୍ମାନ ଏଥିରେ ଗେ’ ଭୂମିକାରେ ନଜର ଆସିବେ। ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଏହା ଚର୍ଚ୍ଚାରେ ରହିଆସୁଛି। ସେହିଭଳି ଭୂତ ହେଉଛି ଏକ ହରର୍‌ ଥ୍ରିଲର୍‌ ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଭାନୁ ପ୍ରତାପ ସିଂହ। ନିକଟରେ ଫିଲ୍ମଟିର ଟ୍ରେଲର ରିଲିଜ ହେବା ପରେ ଏହାକୁ ବେଶ୍‌ ପସନ୍ଦ କରାଯାଇଥିଲା।

ପୂର୍ବରୁ ଆୟୁଷ୍ମାନଙ୍କ ଫିଲ୍ମ ‘ବାଲା’, ‘ଡ୍ରିମ୍‌ ଗର୍ଲ’, ‘ଆର୍ଟିକିଲ ୧୫’, ‘ବଧାଇ ହୋ’, ‘ଅନ୍ଧାଧୁନ୍‌’ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହାଛଡ଼ା ବିକ୍କିଙ୍କ ‘ଉରି’, ‘ମନମର୍ଜିୟା’, ‘ସଞ୍ଜୁ’, ‘ଲଷ୍ଟ ଷ୍ଟୋରିଜ୍‌’ ମଧ୍ୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଏବେ ଫେବୃୟାରୀ ୨୧ରେ ଉଭୟଙ୍କ ଫିଲ୍ମ ରିଲିଜ ହେବ। ଏହା ଫିଲ୍ମର ବ୍ୟବସାୟକୁ ଫିକା କରିପାରେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri