ରିଲିଜ ହେବ ‘କ୍ରେଜି-୪ : ଆମେ ଓଡିଆ ଟୋକା’: ଆଶାରେ ଅଭିଷେକ

ଅଭିଷେକ ରଥ ଏବେ ଠାରୁ ଦିନ ଗଣିବା ଆରମ୍ଭ କଲେଣି। କାରଣ ତାଙ୍କ ଅଭିନୀତ ‘କ୍ରେଜି-୪ : ଆମେ ଓଡିଆ ଟୋକା’ ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏଥିରେ ଶିବା ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଅଭିଷେକ। ଆଉ ଏହାର ସଫଳତାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଏହି ଅଭିନେତା। କାହାଣୀ ଅନୁସାରେ ଇଞ୍ଜିନିୟରିଂ ପାସ୍‌ କରିବା ପରେ ଚାକିରି ପାଇଁ ଚେଷ୍ଟା କରି ବିଫଳ ହୁଏ ଶିବା। ନିଜର ତିନିଜଣ ବନ୍ଧୁଙ୍କ ସହ ମିଶି ଜୀବନକୁ ଉପଭୋଗ କରିବାକୁ ଆପଣାଏ ଏକ ଭିନ୍ନ ଉପାୟ। ଲୋକମାନଙ୍କୁ ବୋକା ବନାଇ ସେମାନେ ମଜା ନିଅନ୍ତି। ୟା ଭିତରେ ସେ ଜଣେ ଝିଅ ପ୍ରେମରେ ପଡ଼ିଯାଏ। ଆଉ ତା’ପରେ? ଚାକିରି କରିବା ଲକ୍ଷ୍ୟରେ ଆଗେଇଥିବା ଶିବା ସେଥିରେ ସଫଳ ହୁଏ କି ? ନିଜ ପ୍ରେମକୁ ସେ କିପରି ଶେଷ ରୂପ ଦିଏ? ଏ ସବୁର ଉତ୍ତରକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘କ୍ରେଜି-୪’। ଆଇ ଫୋକସ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଏହି ରୋମାଣ୍ଟିକ୍‌-କମେଡି ଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ଜେ. ରଞ୍ଜନ। ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ସାମାରାଜ। ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଏସ୍‌. ଚନ୍ଦ୍ରକାନ୍ତ। ଅଭିଷେକଙ୍କ ସହ ନାୟିକା ଭାବରେ ସ୍କ୍ରିନ୍‌ ଶେୟାର କରିଛନ୍ତି ସୂର୍ଯ୍ୟମୟୀ। ଅନ୍ୟପକ୍ଷରେ ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ଶୁଭାଶିଷ ଶର୍ମା (ମଣ୍ଟୁ), ପ୍ରଜ୍ଞା, ପ୍ରତାପ ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri