ରିଲିଜ୍‌ ହେଲା ସଞ୍ଜୟଙ୍କ କେ.ଜି.ଏଫ୍‌-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ୬୦ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ବଡ଼ ଉପହାର ମିଳିଛି। ସାଉଥ୍‌ର ସୁପରହିଟ ଫିଲ୍ମ ‘କେ.ଜି.ଏଫ୍‌ର ଦ୍ୱିତୀୟ ଭାଗ ‘କେ.ଜି.ଏଫ୍‌-୨’ରେ ସଞ୍ଜୟ ଦତ୍ତଙ୍କ ଅଭିନୟ ଦେଖିବାକୁ ମିଳିବ। ଏହି ଅବସରରେ ଫିଲ୍ମର ଅଭିନେତା ୟଶ ଇନ୍‌ଷ୍ଟାଗ୍ରାମରେ ସଞ୍ଜୁଙ୍କ ଫାଷ୍ଟ ଲୁକ୍‌କୁ ଜାରି କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି, ୬୦ବର୍ଷର ହେବା ପରେ ବି ଏହି ଖଳନାୟକଙ୍କ ପାଖରେ ଅନ୍ୟମାନେ ଫିକା ଲାଗନ୍ତି। ସେହିପରି ଏହି ଅବସରରେ ସଞ୍ଜୁ ମଧ୍ୟ ଫାଷ୍ଟ ଲୁକ୍‌କୁ ଶେୟାର କରିବା ସହ ୟଶଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ଅଧିରା ଚରିତ୍ରରେ ଅଭିନୟ କରି ସେ ବେଶ୍‌ ଉତ୍ସାହିତ ଅଛନ୍ତି ବୋଲି ସଞ୍ଜୟ ଦତ୍ତ କହିଛନ୍ତି। ଜାରି କରାଯାଇଥିବା ଫାଷ୍ଟ ଲୁକ୍‌ରେ ସଞ୍ଜୟ ଦତ୍ତଙ୍କ ପୂରା ମୁହଁ ଦେଖାଯାଉନାହିଁ। ସେ ତାଙ୍କ ମୁହଁକୁ ଏକ କପଡ଼ାରେ ଲୁଚାଇଥିବା ଦେଖିବାକୁ ମିଳିଛି।

Share