ରିଲିଜ୍‌ ହେଲା ‘ମର୍ଦାନୀ-୨’ର ଆକ୍ସନ ଟ୍ରେଲର୍‌

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ମଚ୍‌ ଆଓ୍ବେଟେଡ୍‌ ଫିଲ୍ମ ‘ମର୍ଦାନୀ-୨’ର ଆକ୍ସନ୍‌ ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏଥିରେ ରାଣୀ ଜଣେ ବଳାତ୍କାରୀଙ୍କୁ ଖୋଜୁଥିବା ଦେଖାଯାଇଛି। ଯେଉଁ ବଳାତ୍କାରୀ ବଳାକାର କରିବା ପରେ ଯୁବତୀମାନଙ୍କୁ ମାରି ଦେଇଥାଆନ୍ତି। ଏଥିରେ ରାଣୀ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି। ଶିବାନୀ ଶିବାଜୀ ରାଓ ଭୂମିକାରେ ରାଣୀ ଏମିତି ଅପରାଧିଙ୍କ ସାମ୍ନା କରୁଛନ୍ତି ଯେଉଁମାନଙ୍କର ଭଗବାନଙ୍କୁ ମଧ୍ୟ ଡର ନାହିଁ। ତେବେ ଏହି ଟ୍ରେଲରରେ ଖଳନାୟକଙ୍କୁ ଦେଖିବାକୁ ମିଳିନାହିଁ। ଏଥିରେ ଦର୍ଶାଯାଇଛି ଯେ ଭାରତରେ ପ୍ରତିବର୍ଷ କେତେ ବଳାତ୍କାର ମାମଲା ଘଟୁଛି ଓ ଏଥିରେ କେଉଁ ବୟସର ବ୍ୟକ୍ତି ବିଶେଷ ସାମିଲ ଅଛନ୍ତି।

Share