ରିଲିଜ୍‌ ହେଲା ଫିଲ୍ମ ‘ଡ୍ରାଇଭ୍‌’ର ଗୀତ

ମୁମ୍ବାଇ: ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ଓ ଶୁଶାନ୍ତ ସିଂ ରଜପୁତଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଡ୍ରାଇଭ୍‌’ର ଦ୍ୱିତୀୟ ଗୀତ ରିଲିଜ୍‌ ହୋଇଛି। ଅବଶ୍ୟ ଗୀତଟି ବେଶି ଫୋକସ୍‌ କରିଛି ନାୟିକା ଜ୍ୟାକଲିନଙ୍କ ଆଡକୁ। ତେଣୁ ଏଥିରେ ଜ୍ୟାକଲିନଙ୍କୁ ଖୁବ୍‌ ବୋଲ୍ଡ ଓ ସେକ୍ସି ଅନ୍ଦାଜରେ ଦେଖିବାକୁ ମିଳିଛି। ମାତ୍ର କିଛି ସମୟ ମଧ୍ୟରେ ଏହାକୁ ଭଲ ଭ୍ୟୁଜ ମିଳିଥିବା ଦେଖାଯାଇଛି। କାରଣ ଗୀତରେ ଜ୍ୟାକଲିନଙ୍କ ବୋଲ୍ଡ ଅନ୍ଦାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଫିଲ୍ମ ‘ଡ୍ରାଇଭ୍‌’ ନେଟଫ୍ଲିକ୍ସରେ ନଭେମ୍ବର ୧ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହରଙ୍କର ଏହା ଡିଜିଟାଲ ଡେବ୍ୟୁ। ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ‘ମଖନା’ ରିଲିଜ୍‌ କରାଯାଇଥିବା ବେଳେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍‌ କରାଯାଇଛି। ଏବେ ଦର୍ଶକ କରନଙ୍କ ଡିଜିଟାଲ ଡେବ୍ୟୁକୁ ବଡ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି।

Share