ରିଲିଜ୍‌ ହେଲା ‘ଦ ଅନସଙ୍ଗ ଓ୍ବାରିୟର’ର ନୂଆ ପୋଷ୍ଟର

ମୁମ୍ବାଇ: ପୁଣି ଥରେ ବଡ ପରଦାରେ କାଜଲ ଓ ଅଜୟ ଦେବଗନଙ୍କ ଯୋଡି ଦେଖିବାକୁ ମିଳିବ। ଅଜୟ ଦେବଗନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ‘ଦ ଅନସଙ୍ଗ ଓ୍ବାରିୟର’ର ନୂଆ ପୋଷ୍ଟର ଶେୟାର କରିଛନ୍ତି। ଓମ ରାଉତ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ଶୈଫ ଅଲି ଖାଁଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ପ୍ରଥମେ ଖବର ଆସିଥିଲା କି ଅଜୟ ଦେବଗନଙ୍କ ଅଭିନୀତ ଏହି ଫିଲ୍ମ ‘ତାନାଜି: ଦ ଅନସଙ୍ଗ ଓ୍ବାରିୟର’ ନଭେମ୍ବର ୨୨ରେ ରିଲିଜ୍‌ ହେବ। ହେଲେ ଏବେ ଏହାର ରିଲିଜ୍‌ ଡେଟ୍‌ରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ଅଜୟ କହିଛନ୍ତି ଏହା ଆସନ୍ତା ବର୍ଷ ଜାନୁୟାରୀ ୧୦ରେ ରିଲିଜ୍‌ ହେବ। ଏହାସହ ଫିଲ୍ମର ନାମରେ ମଧ୍ୟ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି। ଏହାକୁ ତାନାଜି ବଦଳରେ ‘ତାହ୍ନାଜି:ଦ ଅନସଙ୍ଗ ଓ୍ବାରିୟର’ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିରେ ଅଜୟ ଛତ୍ରପତି ଶିବାଜୀଙ୍କ ସେନାର ମରାଠା କମାଣ୍ଡର ତାନାଜି ମାଲୁସର ଭୂମିକାରେ ନଜର ଆସିବେ।

Share