ରିତେଶଙ୍କୁ ‘ଶସ୍ତା ଡିଜେ ସ୍ନେକ୍‌’ କହିଲେ ଟ୍ରୋଲର, ଜବାବ ଦେଲେ ଅଭିନେତା

ବମ୍ବେ: ଟ୍ରୋଲ କରି ଲୋକହସା ହୋଇଛନ୍ତି ଅଭିନେତା ରିତେଶ ଦେଶମୁଖଙ୍କ ଜଣେ ପ୍ରଶଂସକ। ସବୁବେଳେ ଟ୍ରୋଲରମାନଙ୍କୁ ମଜାଳିଆ ପ୍ରତିକ୍ରିୟା ଦେଇ ଆସୁଥିବା ରିତେଶ ପୁଣି ସେଭଳି କିଛି କହିଛନ୍ତି।

ରିତେଶଙ୍କ ନୂଆ ହେୟାରଷ୍ଟାଇଲ୍‌କୁ ନେଇ ଜଣେ ବ୍ୟକ୍ତି ତାଙ୍କୁ ଟ୍ରୋଲ କରିଥିଲେ। ଚୁଟିକୁ ଟ୍ରିମ୍‌ କରିଥିବାରୁ ତାଙ୍କୁ ‘ଡିଜେ ସ୍ନେକ’ ଏବଂ ଶସ୍ତା ଡିଜେ ସ୍ନେକ (ଶସ୍ତା ଡିଜେ ସାପ) କହିଥିଲେ ଉକ୍ତ ଟ୍ରୋଲର। ଏହାର ମଜାଦାର ଜବାବ ରଖିଛନ୍ତି ରିତେଶ। ଭାଇ ମୁଁ ଶସ୍ତା ସାପ ନୁହେଁ। ନାଗପଞ୍ଚମୀ ପାଇଁ ବୁକ୍‌ କରିନିଅନ୍ତୁ। ମୁଁ ମାଗଣାରେ ଆସିବି ବୋଲି ରିତେଶ କହିଛନ୍ତି। ଏହି ଜବାବ ଏବେ ଭାଇରାଲ ହେଉଛି।

ଆଗାମୀ ଦିନରେ ରିଲିଜ୍‌ ହେବାକୁ ଯାଉଛି ରିତେଶଙ୍କ ଫିଲ୍ମ ‘ବାଗି-୩’। ଏଥିରେ ଟାଇଗର, ଶ୍ରଦ୍ଧା, ଅଙ୍କିତା ଲୋଖଣ୍ଡେ ପ୍ରମୁଖ ନଜରକୁ ଆସିବେ। ଟାଇଗରଙ୍କ ଭାଇ ଭୂମିକାରେ ରିତେଶ କାମ କରିଛନ୍ତି।

Share