Categories: ଖେଳ

ରିକି ପଣ୍ଟିଂଙ୍କୁ ‘ପଣ୍ଟର’ ଆଖ୍ୟା ଦେଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

କିଛି ଖେଳାଳିଙ୍କ ପ୍ରକୃତ ନାଁ ଅପେକ୍ଷା ଡାକ ନାମରେ ଅଧିକ ପରିଚିତ ହାସଲ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅନ୍ୟତମ। ତାଙ୍କୁ ସମସ୍ତେ ‘ପଣ୍ଟର’ ବୋଲି ଡାକିଥାନ୍ତି। କିନ୍ତୁ ତାଙ୍କର ଏହି ନାଁଟି କିଏ ଦେଇଥିଲେ ଜାଣନ୍ତି କି? ସେ ହେଉଛନ୍ତି ଅଷ୍ଟ୍ରେଲିଆର ପ୍ରସିଦ୍ଧ ସେନ୍‌ ଓ୍ବାର୍ଣ୍ଣ। ସେ ତାଙ୍କୁ ପଣ୍ଟର ବୋଲି ଡାକୁଥିଲେ। ଧିରେ ଧିରେ ଏହି ନାଁଟି ଏତେ ଲୋକପ୍ରିୟ ହୋଇଥିଲା ଯେ, ଅନ୍ୟ ଦେଶର ଖେଳାଳିମାନେ ମଧ୍ୟ ପଣ୍ଟିଂଙ୍କୁ ପଣ୍ଟର ବୋଲି ଡାକିଥାନ୍ତି। ୧୯୯୦ରେ କ୍ରିକେଟ ଏକାଡେମୀରେ ରହୁଥିବାବେଳେ ଓ୍ବାର୍ଣ୍ଣ ଏହି ନାଁ ଦେଇଥିଲେ ବୋଲି ପଣ୍ଟିଂ କହିଛନ୍ତି। ସୂଚନାଯୋଗ୍ୟ, ପଣ୍ଟିଂ ଉଭୟ ଏକଦିବସୀୟ ଏବଂ ଟେଷ୍ଟରେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି। ସେ ୧୬୮ଟି ଟେଷ୍ଟ ଖେଳି ୧୩,୩୭୮ ରନ୍‌ କରିଥିବାବେଳେ ୩୭୫ଟି ଏକଦିବସୀୟ ମ୍ୟାଚରୁ ୧୩,୭୦୪ରନ୍‌ କରିଥିଲେ। ସେହିପରି ୧୭ଟି ଟି୨୦ ମ୍ୟାଚରେ ସେ ୪୦୧ ରନ୍‌ କରିଛନ୍ତି।

Share