ରାୟଗଡ଼ା ଭୋଟ ଗଣତି କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ: ହୋ ହଲ୍ଲା କଲେ ଏଜେଣ୍ଟ

ରାୟଗଡ଼ା ଅଫିସ, ୨୩।୫-
ସାଧାରଣ ନିର୍ବାଚନ ଫଳାଫଳକୁ ଲୋକେ ଅପେକ୍ଷା କରି ରହିଥିବା ବେଳେ ଏହା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ରାୟଗଡ଼ା ଜିଲା ସଦର ମହକୁମାସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ
ଭୋଟ ଗଣତିକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଏଜେଣ୍ଟମାନେ ହୋ ହଲ୍ଲା କରିଛନ୍ତି। ସେଠାରେ ବସିବା ଦୂରର କଥା ଠିଆ ହେବାକୁ ମଧ୍ୟ ଜାଗା ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଖବରପାଇ ଜିଲାପାଳ ପ୍ରମୋଦ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ଭୋଟ ଗଣତି ଆରମ୍ଭ ହୋଇଛି।