Categories: ଜାତୀୟ

ରାହୁଲ ମୁହଁ ଖୋଲିଲେ: ସରକାରଙ୍କ ନିଷ୍ପତ୍ତିି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସୃଷ୍ଟି କରିଛି ବିପଦ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଙ୍ଗଳବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଏହାଦ୍ୱାରା ସାମ୍ବିଧାନିକ ବ୍ୟବସ୍ଥାର ମଧ୍ୟ ଉଲ୍ଲଂଘନ ହୋଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସୋମବାର ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଥିଲେ। ତେବେ ଏହାର ଗୋଟିଏ ଦିନ ପରେ ରାହୁଲ ଏହି ପ୍ରସଙ୍ଗରେ ନିଜର ମତପୋଷଣ କରିଛନ୍ତି।

Share