Categories: ଜାତୀୟ

ରାହୁଲ-ପ୍ରିୟଙ୍କାଙ୍କୁ ସାବଧାନ; ସେମାନେ ପେଟ୍ରୋଲ୍‌ ବମ୍‌: ଅନୀଲ୍‌ ବିଜ୍‌

ଚଣ୍ଡିଗଡ଼, ୨୫।୧୨: ହରିୟାଣା ସ୍ବରାଷ୍ଟ୍ରମନ୍ତ୍ରୀ ଅନୀଲ୍‌ ବିଜ୍‌ଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସେ ଟୁଇଟ୍‌ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହେଉଛନ୍ତି ପେଟ୍ରୋଲ୍‌ ବମ୍‌ ସଦୃଶ। ତେଣୁ ତାଙ୍କ ପ୍ରତି ସତର୍କ ରହିବା ଜରୁରୀ। ସେମାନେ ଯେଉଁ ସ୍ଥାନକୁ ଯାଉଛନ୍ତି ସେଠାରେ ପରବର୍ତ୍ତୀ ସମୟରେ ନିଆଁ ଜଳୁଛି। ଏହାଦ୍ୱାରା ବହୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେଉଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ରାହୁଲ-ପ୍ରିୟଙ୍କାଙ୍କୁ ମିରଠରେ ପ୍ରବେଶ ଅନୁମତି ନ ମିଳିବା ପରେ ଅନୀଲ୍‌ ଏଭଳି ଟୁଇଟ୍‌ କରିଛନ୍ତି।

Share