Categories: ଜାତୀୟ

ରାହୁଲ ଗାନ୍ଧୀ ଜଣେ ମହାମୂର୍ଖ: ଭାଜପା ଏମ୍‌ପି

କୁରୁକ୍ଷେତ୍ର,୩୧।୧୨:ସିଏଏ ନେଇ କେନ୍ଦ୍ର ସରକାର ଏବଂ ବିରୋଧି ଦଳଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଏହି ମର୍ମରେ କୁରୁକ୍ଷେତ୍ର ଭାଜପା ଏମ୍‌ପି ନାୟବ ସୈନି ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିବା ସହିତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ସ୍ଥାନୀୟ କୈଥଳରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗଦେଇ ରାହୁଲ ଗାନ୍ଧୀ ଜଣେ ମହାମୂର୍ଖ ବୋଲି ସେ କହିଛନ୍ତି। କଂଗ୍ରେସ ସିଏଏକୁ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ କରିଛି। ସିଏଏ ସମ୍ପର୍କରେ ରାହୁଲ ଗାନ୍ଧୀ ମଧ୍ୟ ଭଲଭାବେ କିଛି ଜାଣି ନ ଥିବା ସେ କହିଛନ୍ତି। ଏବେ ସୈନିଙ୍କ ଏହି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share