Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ନିଜ ରକ୍ତରେ ଲେଖିଲେ ଚିଠି, ‘ଦୟାକରି ଇସ୍ତଫା ଦିଅନ୍ତୁ ନାହିଁ ’

ଲକ୍ଷ୍ନୌ, ୩୦।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି ରାହୁଲ ଗାନ୍ଧୀ। ତାଙ୍କୁ ମନାଇବା ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ବଡ ବଡ ନେତା ଚେଷ୍ଟା କରୁଛନ୍ତି। ଇତିମଧ୍ୟରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ରାହୁଲଙ୍କୁ ନିଜ ରକ୍ତରେ ଚିଠି ଲେଖି ପଠାଇଛନ୍ତି। ଏହାସହ ଏକ ଭିଡିଓ ଜରିଆରେ ପଦ ନ ଛାଡିବାକୁ ରାହୁଲଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଆପଣଙ୍କ ଭଳି ଯୁବ ନେତୃତ୍ୱ କଂଗ୍ରେସ ଦଳକୁ ଆବଶ୍ୟକ। କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ରକ୍ତ ବିନ୍ଦୁ ଆପଣଙ୍କ ସହ ରହିବ। ତେଣୁ ଆପଣ ଦୟାକରି ଦଳ ଛାଡନ୍ତୁ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି।

Share