Categories: ଜାତୀୟ

ରାହୁଲ କରୁଛନ୍ତି ଇସ୍ତଫା ଡ୍ରାମା: ସିପିଆଇ ରାଷ୍ଟ୍ରୀୟ ସଚିବ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଡ୍ରାମା ଜାରି ରଖିଥିବା କହିଛନ୍ତି ସିପିଆଇ ରାଷ୍ଟ୍ରୀୟ ସଚିବ ଅତୁଲ ଅନଜାନ୍‌। ରାହୁଲ କଂଗ୍ରେସକୁ ଠିକ୍‌ ମାର୍ଗରେ ପରିଚାଳିତ କରିପାରି ନାହାଁନ୍ତି। ତେଣୁ ଏବେ ଅଧ୍ୟକ୍ଷ ପଦରେ ସୋନିଆ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରହି ତୃଣମୂଳସ୍ତରରୁ ସଂଗଠନକୁ ମଜବୁତ କରିବା ଆବଶ୍ୟକ ବୋଲି ଅତୁଲ କରିଛନ୍ତି। ଇସ୍ତଫା ଦେବା ପାଇଁ ଏତେ ବାଦ ବିବାଦର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

Share