Categories: ଖେଳ

ରାହୁଲ-ଆଥିଆଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ସୁନୀଲ ସେଟ୍ଟୀ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କୁ ଡେଟ କରୁଥିବା ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାହୁଲ-ଆଥିଆଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ମଧ୍ୟ ଦେଖାଯାଇଛି। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ରାହୁଲ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ। ଫଟୋରେ ରାହୁଲ ଏକ ଫୋନ ରିସିଭର ଧରିଥିବାବେଳେ ଆଥିଆ ହସୁଥିବାର ଦେଖାଯାଇଛି। ଫଟୋ କ୍ୟାପ୍ସନରେ ରାହୁଲ ଲେଖିଛନ୍ତି ହ୍ୟାଲୋ&ଦେବୀପ୍ରସାଦ। ଏହା ଆଥିଆଙ୍କ ପିତା ସୁନୀଲ ସେଟ୍ଟୀଙ୍କ ଫିଲ୍ମ ‘ହେରା ଫେରି’ ଏକ ଜଣାଶୁଣା ଡାଏଲଗ। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାପରେ ରାହୁଲ ଏବଂ ଆଥିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଆହୁରି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ ସୁନୀଲଙ୍କ ୁଭୟଙ୍କ ପ୍ରେମ ସମ୍ପର୍କରେ ପଚରାଯିବାରୁ ସେ ରାଗିଯାଇଛନ୍ତି। ସେ କହିଛନ୍ତି, ଆପଣ ଏବ ପ୍ରଶ୍ନ ଆଥିଆଙ୍କୁ ପଚାରିଲେ ଭଲ। ହେବ ସେ ଯଦି ଏ ସମ୍ପର୍କକୁ ନେଇ କିଛି କୁହନ୍ତି, ଏହାପରେ ମୋତେ ପଚାରିବା ଠିକ୍‌ ହେବ ବୋଲି ସୁନୀଲ କହିଛନ୍ତି। ପୂର୍ବରୁ ରାହୁଲଙ୍କ ନାଁ ଅଭିନେତ୍ରୀ ସୋନାଲ ଚୌହାନ ଏବଂ ନିଧି ଅଗ୍ରଓ୍ବାଲଙ୍କ ସହ ଯୋଡା ଯାଉଥିଲା।

Share