Categories: ଜାତୀୟ

ରାହୁଲଙ୍କ ବଡ଼ ପଦକ୍ଷେପ: ଭଙ୍ଗ କଲେ କର୍ନାଟକ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୧୯।୬: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ନେଇଛନ୍ତି ବଡ଼ ପଦକ୍ଷେପ। ସେ କର୍ନାଟକର କଂଗ୍ରେସ କାର୍ଯ୍ୟକାରିଣୀକୁ ଭଙ୍ଗ କରିଛନ୍ତି। ତେବେ ପ୍ରଦେଶ ଅଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ପ୍ରଦେଶ ଅଧ୍ୟକ୍ଷ ପୂର୍ବପରି କାର୍ଯ୍ୟ କରିବେ। ଦିନେଶ ଗୁଣ୍ଡୁରାଓ ପ୍ରଦେଶ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି କଂଗ୍ରେସ ନେତା ଡି.କେ. ଶିବକୁମାର କହିଛନ୍ତି। ଏନେଇ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ମିଳିଥିବା ସେ କହିଛନ୍ତି। ଶୀଘ୍ର କାର୍ଯ୍ୟକାରିଣୀ ଗଠନ ହେବ ଏବଂ ଏଥିରେ ଯୋଗ୍ୟତାକୁ ପ୍ରାଥମିକତା ଦିଆଯିବ ବୋଲି ଶିବକୁମାର କହିଛନ୍ତି। ସୂଚନାଯୋଗ୍ୟ, କର୍ନାଟକର ୨୮ ଲୋକ ସଭା ଆସନରୁ ଭାଜପା ୨୫ରେ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ଗୋଟିଏ ଏବଂ ଜେଡିଏସ୍‌ ଗୋଟିଏ ଆସନରେ ବିଜୟ ହୋଇଥିଲେ। ସେହିପରି ଗୋଟିଏ ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟ ହୋଇଥିଲେ।

Share