Categories: ଜାତୀୟ

ରାହୁଲଙ୍କ ପରାଜୟକୁ ନେଇ ମୁହଁ ଖୋଲିଲେ ମାନେକା: କହିଲେ, ‘ରାଜନୀତି ପିଲାଖେଳ ନୁହେଁ’

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପରମ୍ପରାଗତ ଆସନ ଅମେଠିରୁ ପରାଜିତ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଖୁଡୀ ତଥା ଭାଜପା ଏମ୍‌ପି ମାନେକା ଗାନ୍ଧୀ। ସେ କହିଛନ୍ତି, ରାଜନୀତି ପିଲାଖେଳ ନୁହେଁ, ଏଥର କଂଗ୍ରେସ ନିର୍ବାଚନ ପ୍ରଚାରରେ କୌଣସି ମୁଦ୍ଦାକୁ ଠିକ୍‌ ଢଙ୍ଗରେ ଉପସ୍ଥାପନ କରିପାରି ନ ଥିଲା। ଖାଲି ଗାଡିରେ ବସି ହାତ ହଲାଇ ଦେଲେ ନିର୍ବାଚନ ଜିତି ହେବ ନାହିଁ। ରାଜନୀତିକୁ ଗମ୍ଭୀରତାର ସହ ନେବା ଉଚିତ। ଏଥିପାଇଁ ନିଷ୍ଠା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ସୁଲତାନପୁର ଲୋକ ସଭା ଆସନରୁ ପ୍ରଥମ ମହିଳା ମାନେକା ଗାନ୍ଧୀ ବିଜୟୀ ହୋଇ ନିଜ ନାମରେ ଏକ ନୂଆ ରେକର୍ଡ କରିଛନ୍ତି।

Share