Categories: ଜାତୀୟ

ରାହୁଲଙ୍କ ଉପରେ ବର୍ଷିଲେ ସ୍ମୃତି

ନୂଆଦିଲ୍ଲୀ,୪।୬: କେରଳର ସାଇଲେଣ୍ଟ ଭ୍ୟାଲି ଫରେଷ୍ଟରେ ଏକ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ହାତୀଟିକୁ ସପୁରୀରେ ବାଣ ଭର୍ତ୍ତିକରି କେହି ଦେଇ ଦେବାରୁ ତା’ର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏବେ ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ ଆରୋପ ଦୋଷାରୋପ ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ସ୍ବୃତି ଇରାନି ଏହି ଘଟଣାକୁ ନେଇ କଂଗ୍ରେସ ନେତା ତଥା କେରଳ ଓ୍ବାୟନାଡର କଂଗ୍ରେସ ଏମ୍‌ପି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ସ୍ମୃତି କହିଛନ୍ତି ରାହୁଲ ଆମେଠିର ଲୋକଙ୍କ କଥା କେବେ ଚିନ୍ତା କରି ନାହାନ୍ତି ଆଉ ଏବେ ବନ୍ୟଜନ୍ତୁଙ୍କ କଥା କେମିତି ଚିନ୍ତା କରିବେ। ଏହାସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ମଧ୍ୟ ରାହୁଲଙ୍କୁ ଏହି ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି। ଏହି ଘଟଣାକୁ ନେଇ ରାହୁଲ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ମାନେକା କହିଛନ୍ତି। କେରଳ ଦେଶର ସବୁଠାରୁ ଅଧିକ ହିଂସା ହେଉଥିବା ରାଜ୍ୟ ବୋଲି ଦର୍ଶାଇ ମାନେକା କହିଛନ୍ତି, ସେଠାକାର ଲୋକେ ରାସ୍ତା ଉପରେ ବିଷ ପକାଇ ଦିଅନ୍ତି ଯାହାଫଳରେ ୩୦୦-୪୦୦ ପକ୍ଷୀ ଓ କୁକୁର ଯେମିତି ଏକାସାଙ୍ଗେ ମରିପାରିବେ। ଏହାର ଉତ୍ତର ରଖି କଂଗ୍ରେସ କହିଛି କେରଳରେ ଯାହା ହୋଇଛି ତାହା ନିନ୍ଦନୀୟ। କିନ୍ତୁ ବିନା ଦୋଷରେ ଏହି ଘଟଣାରେ କଂଗ୍ରେସକୁ ଦୋଷାରୋପ କରାଯାଉଛି।

Share