Categories: ଜାତୀୟ

ରାହୁଲଙ୍କ ଇସ୍ତଫାକୁ ନେଇ ବର୍ଷିଲେ ଖୁର୍ସିଦ: ଆମ ନେତା ଛାଡ଼ି ଚାଲିଗଲେ

ନୂଆଦିଲ୍ଲୀ,୧୦ା୧୦: ଆମକୁ ଆମ ନେତା ଛାଡ଼ି ଚାଲିଗଲେ। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ଫଳରେ ସାଧାରଣ ନିର୍ବାଚନରେ ପରାଜୟର ସମୀକ୍ଷା ହୋଇପାରିଲା ନାହିଁ। ଏଥିଯୋଗୁ ଏବେ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଆଶା ମଉଳିଯାଇଛି। ତେବେ ଯାହା ହୋଇଗଲେ ବି ଦଳ ଛାଡ଼ିବି ନାହିଁ ବୋଲି ବରିଷ୍ଠ କଗ୍ରେସ ନେତା ସଲମାନ୍‌ ଖୁର୍ସିଦ କହିଛନ୍ତି। ଖୁର୍ସିଦଙ୍କ ଏଭଳି ମନ୍ତବ୍ୟକୁ କଂଗ୍ରେସରେ ସମାଲୋଚନା କରାଯାଇଛି।

Share