Categories: ଜାତୀୟ

ରାହୁଲଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଲେ ଲାଲୁ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ହାରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ନେଇ ମଙ୍ଗଳବାର ଅଡି ବସିଥିଲେ। ଏହି ସମୟରେ କଂଗ୍ରେସ ମହାସଚିବଙ୍କ ସମେତ ବହୁ ନେତା ଏପରି କରିବା ଠିକ୍‌ ହେବନାହିଁ ବୋଲି ରାହୁଲଙ୍କୁ କହିଥିଲେ। ତେବେ ଏହାକୁ ନେଇ ଜେଲ୍‌ରେ ଥିବା ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାହୁଲ ତାଙ୍କ ପଦରୁ ଇସ୍ତଫା ଦେବା ଠିକ୍‌ ହେବ ନାହିଁ। ଏହା ତାଙ୍କ ଦଳ ପାଇଁ ଆତ୍ମଘାତୀ କାର୍ଯ୍ୟ ହେବା ସହ ସଂଘ ପରିବାର ପାଇଁ ଯେଉଁମାନେ ଲଢୁଛନ୍ତି ତାଙ୍କର ସାମାଜିକ ଓ ରାଜନୈତୀକ ଶକ୍ତିକୁ ଶକ୍ତ ଧକ୍କା ଲାଗିବ ବୋଲି ସେ କହିଛନ୍ତି।

Share